ପୁରୀ: ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ବି.ଟେକ୍ ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି।
ସବୁଦିନ ଭଳି ବଡ଼ଦାଣ୍ଡରେ ସେ ଭିକ୍ଷାବୃତ୍ତି କରୁଥିବା ବେଳେ ଗିରିଜାଙ୍କ ଆଗରେ ଜଣେ ରିକ୍ସା ଚାଳକ ତାଙ୍କ ରିକ୍ସାକୁ ରଖିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ପିଟାପିଟି ହେବା ପରେ ଥାନାରେ ପହଞ୍ଚିଥିଲା ମାମଲା।
ଗିରିଜା ନିର୍ଭୁଲ୍ ଭାବରେ ଇଂରାଜୀରେ ଲେଖିଥିବା ଏତଲାରୁ ତାଙ୍କର ପ୍ରକୃତ ପରିଚୟ ସମ୍ପର୍କରେ ଜଣାପଡ଼ିଥିଲା। ସେ ଜଣେ ଉଚ୍ଚ ଶିକ୍ଷିତ ତଥା ବି.ଟେକ୍ ଇଞ୍ଜିନିୟର ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ସେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିଲେ।
from OTV Khabar. https://ift.tt/2sBKH90
ଘରକୁ ଫେରିଲେ ଇଞ୍ଜିନିୟର ଭିକାରି OTV KHABAR BUREAU
Reviewed by SUBHENDU BARAL
on
January 19, 2020
Rating:
No comments: