ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ OTV KHABAR BUREAU

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍‌।

ଗତକାଲି ରାତିରେ କ୍ୟାପିଟାଲ ଥାନା ପୁଲିସ୍‌ ଏହି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍‌ପିଙ୍କ ପୁଅ ମଧ୍ୟ ଥିଲେ। ତେବେ ଏବେ ସୁଦ୍ଧା ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କୁ ଗିରଫ କରି ସାରିଲାଣି ପୁଲିସ୍‌।

ଏହି ଗଣ୍ଡଗୋଳ ଘଟଣାରେ ୩୦ରୁ ଅଧିକ ଦୁର୍ବୃତ୍ତଙ୍କର ସମ୍ପୃକ୍ତି ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

ସୂଚନାଥାଉ କି, ଗତ ୧୦ ତାରିଖରେ ଦୁର୍ବୃତ୍ତମାନେ ମୁଖା ପିନ୍ଧି ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ। ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଆକ୍ରମଣରେ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ଏମାନଙ୍କ ଉତ୍ପାତରେ ମାର୍କେଟରେ ଥିବା ସାଧାରଣ ଲୋକେ ଓ ଗ୍ରାହକ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ। ଏହା ଜନବହୁଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ବେଶ୍ କିଛି ସମୟ ଧରି ଅରାଜକତା ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।



from OTV Khabar. https://ift.tt/2R4viaG
ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ OTV KHABAR BUREAU ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ OTV KHABAR BUREAU Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.