ଆଜିଠୁ ଚିଲିକାରେ ଡଲଫିନ ଗଣନା । ୧୮ଟି ଦଳରେ ଗଣନା କରିବେ ୫୦ ଜଣ ବିଶେଷଜ୍ଞ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News

କନକ ବ୍ୟୁରୋ: ଆଜି ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଦୀର୍ଘ ଦୁଇ ବର୍ଷ ପରେ ଆଜି ପୁଣି ଥରେ ବନ ବିଭାଗ ଏହି ଗଣନା ଆରମ୍ଭ କରିଛି । ଏହା ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟାରେ ଶେଷ ହେବ ବୋଲି ଜଣାପଡିଛି । ୧୮ଟି ଦଳରେ ୫୦ ଜଣ ବିଶେଷଜ୍ଞ ଏହି ଗଣନା କାମ ସଂପାଦନ କରିବେ । ସେପଟେ ଆଜି ଭିତରକନିକାରେ ମଧ୍ୟ ଡଲଫିନ ଗଣନା କରାଯାଉଛି ।

୫ଟି ରେଂଜରେ ଏହି ଗଣନା କାମ ଆରମ୍ଭ ହୋଇଛି । ରାଜନଗର, ମହାକାଳପଡା, ଗହିରମଥା, କନିକା ଓ କୁଜଙ୍ଗରେ ବନ ବିଭାଗର ୯ଟି ଟିମ୍ ଗଣନା କରୁଛନ୍ତି । ପ୍ରତି ଟିମରେ ୫ ଜଣ ବିଶେଷଜ୍ଞ ରହିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଏହି ଗଣନାର ଫଳାଫଳ ମିଳିବ ବୋଲି କୁହାଯାଉଛି । ମୁଖ୍ୟ କଥା ହେଉଛି ବିରଳ ଇରୱାଡି ଡଲଫିନ୍ ଓଡିଶା ଉପକୂଳରେ ଦେଖାଯାଏ । ତେଣୁ ଏହି ଗଣନା ବେଶ୍ ଗୁରୁତ୍ୱପୂର୍ଣ୍ଣ ।



from Kanak News https://ift.tt/2NBQzGv https://ift.tt/2R6fzb3
ଆଜିଠୁ ଚିଲିକାରେ ଡଲଫିନ ଗଣନା । ୧୮ଟି ଦଳରେ ଗଣନା କରିବେ ୫୦ ଜଣ ବିଶେଷଜ୍ଞ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News ଆଜିଠୁ ଚିଲିକାରେ ଡଲଫିନ ଗଣନା । ୧୮ଟି ଦଳରେ ଗଣନା କରିବେ ୫୦ ଜଣ ବିଶେଷଜ୍ଞ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାଲିବ ଗଣନା Kanak News Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.