ମେଷ–କର୍ମ କ୍ଷେତ୍ରରେ କାର୍ଯ୍ୟ ସଂପାଦନ ପାଇଁ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି କୃତକାର୍ଯ୍ୟ ହୋଇ କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ ।ଶୁଭରଙ୍ଗ ଲାଇଟ୍ ଗ୍ରୀନ୍ ।ଶୁଭଅଙ୍କ ୬ ।
ବୃଷ–କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଧନାଗମ ସୂଚନା ମିଳୁଛି । ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୧ ।
ମିଥୁନ – ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ରୋଜଗାର କ୍ଷମହେବେ । ଉତ୍ତ ମଭୋଜନରେ ଆପ୍ୟାୟିତ ହୋଇ ପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୮ ।
କର୍କଟ–ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚେଷ୍ଟାରେ ସଫଳତା ପାଇବ । କଷ୍ଟସାଧ୍ୟ ହେବ ।ଖର୍ଚ୍ଚବୃଦ୍ଧିର ସୂଚନା ମିଳୁଛି । ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୪ ।
ସିଂହ –ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ।ଗୃହରେ ଶାନ୍ତିର ବାତାବରଣ ପ୍ରବାହିତହେବ । ଆନନ୍ଦ-ଉତ୍ସବରେ ସମୟ ଅତିବାହିତ କରି ପାରନ୍ତି ।କଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।ଶୁଭ ରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୬ ।
କନ୍ୟା–ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ ।ସରକାରୀ ଅର୍ଥ ପାଇ ଆର୍ଥିକସ୍ଥିତିକୁ ସୁଦୃଢ କରିପାରନ୍ତି ।ବ୍ୟବସାୟ ଲାଭଜନକ ହୋଇପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।
ତୁଳା–ସେବକ ମନୋଭାବ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସୁଖମିଳିବ ।ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ ।ଉନ୍ନତି ମାର୍ଗରେ ଆଗକୁ ବଢିବେ । ଭାଗ୍ୟଶାଳୀ ହେବେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୭ ।
ବିଛା–ଶାରିରୀକ ପୀଡା ଅନୁଭବ କରିପାରନ୍ତି ।ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡିବ । ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇଚିନ୍ତିତ ହୋଇ ପାରନ୍ତି । ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
ଧନୁ –ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇଖୁସି ହୋଇପାରନ୍ତି । କର୍ମକୁଶଳତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରଶଂସିତ ହେବେ ।ଶାନ୍ତ ନିପୁଣ ଓ ମେଧାବୀ ହୋଇପାରନ୍ତି ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୩ ।
ମକର–କ୍ରୋଧ ସମ୍ବରଣକଲେ ସମାଜିକ ସ୍ୱୀକୃତି ଲାଭକରିବେ । ପାରିବାରିକ ସୁଖ-ଶାନ୍ତିମିଳିବ ।କାର୍ଯ୍ୟହାସଲ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି ।ମିତ୍ରତା ବୃଦ୍ଧି ହୋଇପାରେ ।ଗୃହସୁଖ ମିଳିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୬ ।
କୁମ୍ଭ -ଶୁଭକର୍ମରେ ଉତ୍ସାହ ବୃଦ୍ଧି ପାଇବ ।କାର୍ଯ୍ୟରେ ସଫଳତା ଲାଭକରିବେ । ଆଶା ଫଳବତୀହେବ ।ସଙ୍ଗୀତ ପ୍ରିୟହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୨ ।
ମୀନ – କେତେକକ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅଧିକହେବ । ଯାନବାହନ ଯୁକ୍ତ ହୋଇପାରନ୍ତି ।ଶ୍ରେଷ୍ଠ ମାନ୍ୟତା ମିଳିବ । ପୁତ୍ରସୁଖ ମିଳିପାରେ ।ଉତ୍ତମାରମଣାଯୁକ୍ତ ଓ ଯଶସ୍ୱୀହେବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୫ ।
from Prameya News7 https://ift.tt/2G5aBoK
No comments: