ବିଦ୍ୟୁତ ବିଲ ପୈଠ ନେଇ ଏୟାରଟେଲ ସହ ସେସୁର ରାଜିନାମା : ବିଜୁଳି ବିଲ୍ ପେମେଣ୍ଟ ପାଇଁ ସେସୁ ଖୋଲିଲା ୧୬୦ କାଉଣ୍ଟର Kanak News

କନକ ବ୍ୟୁରୋ : ବିଜୁଳି ବିଲ୍ ପେମେଣ୍ଟ ପାଇଁ ସେସୁ ଖୋଲିଲା କାଉଣ୍ଟର । ବିଜୁଳି ବିଲ୍ ଜମା କରିବା ପାଇଁ ସେସୁ ଏୟାରଟେଲ୍ ସହ ବନ୍ଧନରେ କଟକ ଓ ଭୁବନେଶ୍ବର ପାଇଁ ୧୬୦ ଏଆରଟେଲ୍ ପେମେଣ୍ଟ ବ୍ୟାଙ୍କ୍ କାଉଣ୍ଟରକୁ ଆଜିଠାରୁ କାର୍ଯ୍ୟକ୍ଷମ କରିଛି। ଆଗକୁ ରାଜ୍ୟର ସେସୁ କାମ କରୁଥିବା ସମସ୍ତ ଜିଲ୍ଲାରେ ୨୭ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ । ସେଥିପାଇଁ ୧୦ ହଜାର କାଉଣ୍ଟର ଖୋଲାଯିବାକୁ ଯୋଜନା ରହିଛି। ସହିଦ ନଗରଠାରେ ଏକ କାଉଣ୍ଟରକୁ ଉଦଘାଟନ କରିବା ଅବସରରେ ମହା ପ୍ରବନ୍ଧକ(ବାଣିଜ୍ୟିକ) ମନୋଜ ସିଂହ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମୋବାଇଲ୍ ‘ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ୍’ ଆପ୍ ଜରିଆରେ ଘରେ ବସି ମଧ୍ୟ ବିଜୁଳି ବିଲ୍ ଜମା କରିପାରିବେ ।

କଟକ ଓ ଭୁବନେଶ୍ବରରେ ସେସୁର ୫୬ଟି କାଉଣ୍ଟର ରହିଛି । ଯେଉଁଠି ବିଜୁଳି ବିଲ୍ଜମା କରିବା ପାଇଁ ସମସ୍ୟା ହେଉଛି। ଏବେ ବକେୟା ବିଜୁଳି ବିଲ୍ ଜମା କରିବା ପାଇଁ ତନାଘନା କରାଯାଉଥିବାରୁ ଅନେକ ସଚ୍ଚୋଟ ଉପଭୋକ୍ତା ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବକେୟା ବିଲ୍ ଜମା କରିବା ପାଇଁ ଚାହୁଛନ୍ତି। ସେଥିପାଇଁ ଆଉ ୧୬୦ କାଉଣ୍ଟର ଖୋଲିବା ପାଇଁ ସେସୁ ଏୟାରଟେଲ୍ ସହବନ୍ଧିତ ହୋଇଛନ୍ତି। ଏବେ ସେସୁର ୧୪ଟି କମ୍ପ୍ୟୁଟର ଚାଳିତ କାଉଣ୍ଟର ରହିଛି ।

ପାଖାପାଖି ୯୦ ହଜାର ଉପଭୋକ୍ତା ଅନଲାଇନ୍ ଜରିଆରେ ପୈଠ କରୁଛନ୍ତି । ଏହି ନୂତନ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ରିହାତି ମିଳିବ । ରିହାତି ଅବଧୀ ମଧ୍ୟରେ ଜମା କଲେ ଉପଭୋକ୍ତା ଏହି ସୁଯୋଗ ପାଇପାରିବେ ବୋଲି ବୋଲି ସେସୁ ସୂଚନା ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ)ସୁବ୍ରତ କୁମାର ମିଶ୍ର, ବରିଷ୍ଠ ମହା ପ୍ରବନ୍ଧକ (ପ୍ରଯୁକ୍ତିବିଦ୍ୟା) ପି. ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।



from Kanak News https://ift.tt/2uiyOp0 https://ift.tt/37bGnfX
ବିଦ୍ୟୁତ ବିଲ ପୈଠ ନେଇ ଏୟାରଟେଲ ସହ ସେସୁର ରାଜିନାମା : ବିଜୁଳି ବିଲ୍ ପେମେଣ୍ଟ ପାଇଁ ସେସୁ ଖୋଲିଲା ୧୬୦ କାଉଣ୍ଟର Kanak News ବିଦ୍ୟୁତ ବିଲ ପୈଠ ନେଇ ଏୟାରଟେଲ ସହ ସେସୁର ରାଜିନାମା : ବିଜୁଳି ବିଲ୍ ପେମେଣ୍ଟ ପାଇଁ ସେସୁ ଖୋଲିଲା ୧୬୦ କାଉଣ୍ଟର Kanak News Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.