ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଡିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପଶିଲା Kanak News

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲ‌ାରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତା ‌ହୋଇଛି। ଏ ନେଇ ଅଭିଯୋଗ ପରେ ଲୋକାୟୁକ୍ତ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଲୋକାୟୁକ୍ତଙ୍କ ନି‌େର୍ଦ୍ଦଶକ୍ରମେ ଭିଜିଲାନ୍ସ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ଖୋଳତାଡ଼ କରିଛି। ଖୋଳତାଡ଼ ସମୟରେ ନିଯୁକ୍ତି ତାରିଖର ଯଥେଷ୍ଟ ପୂର୍ବରୁ ମଧ୍ୟ ଶିକ୍ଷକମାନେ ବିଦ୍ୟାଳୟର ଉପସ୍ଥାନରେ ଦସ୍ତଖତ କରିବା ଏବଂ ରାତାରାତି ଯୋଗଦାନ ତାରିଖ ମଧ୍ୟ ବଦଳିବା ଭଳି ବେଆଇନ କାର୍ଯ୍ୟ କରାଯାଇଥିବା ଧରାପଡ଼ିଛି।

ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡାର ଉକ୍ତ ଉଚ୍ଚବିଦ୍ୟାଳୟର ନିଜସ୍ବ ଜମି ନଥାଇ ଜାଲିଆତି କରି ଜମିଥିବା ଦର୍ଶାଇ ବିଦ୍ୟାଳୟକୁ ଅନୁମୋଦିତ କରାଇବା, ମୂଳ ତାଲିମପ୍ରାପ୍ତ ଶିକ୍ଷକ ଥିବା ସତ୍ତ୍ବେ ସେମାନଙ୍କ ସ୍ଥାନରେ ବୟସ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଭଳି ସଙ୍ଗୀନ୍‌ ଅଭିଯୋଗ ହୋଇଥିଲା। ଜାଲିଆତି କରି ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ବିଦ୍ୟାଳୟରେ ଯୋଗଦାନ ତାରିଖକୁ ପରିବର୍ତ୍ତନ କରିବା ଅଭିଯୋଗରେ ଏହି ବିଦ୍ୟାଳୟର ତାଲିମପ୍ରାପ୍ତ ଗଣିତ ଶିକ୍ଷକ କାହ୍ନୁଚରଣ ପଣ୍ଡା କେସ୍‌ ନମ୍ବର ଏଲ୍‌ୱାଇ-୩୨୦/୨୦୧୯ ମୂଳେ ଓଡ଼ିଶା ଲୋକାୟୁକ୍ତରେ ଏକ ଦୁର୍ନୀତି ଅଭିଯୋଗ କରିଥିଲେ। ଗତବର୍ଷ ଡିସେମ୍ବର ୯ରେ ଲୋକାୟୁକ୍ତ ଏହି ମାମଲାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଦେଶ ବଳରେ କ୍ରାଇମବ୍ରାଞ୍ଚ୍‌ର ଜଣେ ବରିଷ୍ଠ ଅଧିକାରୀ ବାରିପଦାସ୍ଥିତ ଡିପିସି କାର୍ଯ୍ୟାଳୟରେ ଏହି ଘଟଣାର ତଦନ୍ତ କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟର ସହଯୋଗରେ ପୁଳାପୁଳା ଦୁର୍ନୀତି ହୋଇଥିବା ତଦନ୍ତ ପରେ କ୍ରାଇମବ୍ରାଞ୍ଚ୍‌ ଜାଣିବାକୁ ପାଇଛି। ତେବେ, କ୍ରାଇମବ୍ରାଞ୍ଚ୍‌ର ତଦନ୍ତ କେଉଁ ମୋଡ଼ ନେଉଛି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି , ତାହା ଦେଖିବାକୁ ବାକି ରହିଲା।



from Kanak News https://ift.tt/30GE2qA https://ift.tt/37d3M0x
ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଡିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପଶିଲା Kanak News ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଡିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପଶିଲା Kanak News Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.