ନିର୍ଭୟା ମାମଲାରେ ରାଜନୀତି ଛୁଙ୍କ : କଂଗ୍ରେସ ଟିକେଟରେ ନିର୍ଭୟା ମା’ ଆଶା ଦେବୀ ନିର୍ବାଚନ ଲଢିବା ନେଇ ଜୋର୍ ଧରିଲା ଚର୍ଚ୍ଚା , ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ପୱନ । Kanak News

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗରେ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ବିଜେପି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି।

ନିର୍ଭୟାଙ୍କ ମା’ ଆଶା ଦେବୀ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଆଶା ଦେବୀ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆଶା ଦେବୀ ଏହାକୁ ଖଣ୍ଡନ କରିଛନ୍ତି। ଏହି ଖବର ମିଛ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଆଶା ଦେବୀ କହିଛନ୍ତି। ନିର୍ଭୟାଙ୍କ ମା’ କହିଛନ୍ତି, ରାଜନୀତିରେ ପଶିବା ତାଙ୍କର ଉଦ୍ଦେଶ୍ୟ ନାହିଁ । ତାଙ୍କୁ ଟିକଟ ମିଳିଲେ ମଧ୍ୟ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ପୱନ 

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫେବ୍ରୁଆରି ୧ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ହେବ ବୋଲି କୋର୍ଟ ଧାର୍ୟ୍ୟ କରିଛନ୍ତି। ତେବେ ଇତି ମଧ୍ୟରେ ନିର୍ଭୟା ମାମଲାରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହୋଇଛି। ମୁକେଶ ସିଂହଙ୍କ ରାଜକ୍ଷମାକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିବା ପରେ ମାମଲାରେ ଅନ୍ୟ ଜଣେ ଦୋଷୀ ପୱନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ ୨୦୧୨ରେ ନାବାଳକ ଥିଲା ବୋଲି ଦର୍ଶାଇଛି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଡିସେମ୍ବର ୧୯ ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଂଜ କରି ପୱନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଜଣେ ନାବାଳକ ଭାବେ ତା’ ବିରୋଧରେ ବିଚାର ହେଉ ବୋଲି ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଗତ ୧୯ ତାରିଖରେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ପୱନ ଗୁପ୍ତା ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପୂର୍ବରୁ ଟ୍ରାଏଲ୍ କୋର୍ଟ ମଧ୍ୟ ପୱନର ଏହି ଆବେଦନକୁ ଖାରଜ କରିଥିଲେ।



from Kanak News https://ift.tt/2RqpG9K https://ift.tt/38jBLV7
ନିର୍ଭୟା ମାମଲାରେ ରାଜନୀତି ଛୁଙ୍କ : କଂଗ୍ରେସ ଟିକେଟରେ ନିର୍ଭୟା ମା’ ଆଶା ଦେବୀ ନିର୍ବାଚନ ଲଢିବା ନେଇ ଜୋର୍ ଧରିଲା ଚର୍ଚ୍ଚା , ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ପୱନ । Kanak News ନିର୍ଭୟା ମାମଲାରେ ରାଜନୀତି ଛୁଙ୍କ : କଂଗ୍ରେସ ଟିକେଟରେ ନିର୍ଭୟା ମା’ ଆଶା ଦେବୀ ନିର୍ବାଚନ ଲଢିବା ନେଇ ଜୋର୍ ଧରିଲା ଚର୍ଚ୍ଚା , ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ପୱନ । Kanak News Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.