ଆଜି ଭାରତ ବନ୍ଦ…ଓଡିଶାରେ ପଡିଲା ମହାବନ୍ଦର ପ୍ରଭାବ: ଗଡୁନି ଗାଡି, ଅଟକି ରହିଛି ଅନେକ ଟ୍ରେନ; ବନ୍ଦରୁ ବାଦ୍ ପଡିଛି ଔଷଧ ଦୋକାନ, ଆମ୍ବୁଲାନ୍ସ ଓ କ୍ଷୀର ଗାଡି ଭଳି ଜରୁରୀକାଳୀନ ସେବା Kanak News

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ପାଳନ କରାଯାଉଛି । ଦେଶ ସମେତ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାରାରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି। ସାରା ଦେଶରେ ଆରମ୍ଭ ହୋଇ ଯାଇଥିବା ଭାରତ ବନ୍ଦ ଆସନ୍ତାକାଲି ସକାଳ ୬ଟା ଯାଏଁ ଜାରି ରହିବ । ଏହି ଭାରତବନ୍ଦକୁ ସମର୍ଥନ ଦେଇଛନ୍ତି କଂଗ୍ରେସ । ତେବେ ବନ୍ଦରୁ ଜୁରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ଅଧିକାଂଶ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି ।
ରାଜଧାନୀର ମାଷ୍ଟର କ୍ୟାଂଟିନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସତସଂଗ ବିହାର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି। ସବୁଆଡେ ରାସ୍ତା ଖାଁ ଖାଁ ହୋଇଯାଇଛି। ବିକ୍ଷୋଭକାରୀମାନେ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାୟାର ଜାଳି ରାସ୍ତାରୋକ କରିଛନ୍ତି। ରାଜଧାନୀ ସମେତ ସର୍ବତ୍ର ଜିଲ୍ଲାରେ ଦୋକାନବଜାର ବନ୍ଦ ରହିଛି । କଟକରେ ମଧ୍ୟ ଅନୁରୂପ ବନ୍ଦ ପାଳନ କରାଯାଇଛି। ବାଦାମବାଡିରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି। ଗାଡି ଚଳାଚଳ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି। ତେବେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବ ନାହିଁ ।
ଆଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଆସନ୍ତାକାଲି ସକାଳ ୬ଟା ଯାଏଁ ବନ୍ଦର ପ୍ରଭାବ ଅନୁଭୂତ ହେବ। ବିଶେଷ କରି ଭାରତବନ୍ଦକୁ କଂଗ୍ରେସର ସମର୍ଥନ ମିଳିବା ପରେ ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ପୁରା ଜୋରସୋରରେ ଲାଗିପଡିଛନ୍ତି।
from Kanak News https://ift.tt/2N2J8bq https://ift.tt/2ut4kRo


No comments: