ଭାରତ ବନ୍ଦ ପ୍ରଭାବ : ବ୍ରହ୍ମପୁର ରେଳ ଷ୍ଟେସନରେ ଅଟକି ରହିଛି ଟ୍ରେନ୍

ବ୍ରହ୍ମପୁର ୮।୧: ଆଜି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆଜି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଇଛି ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ବ୍ରହ୍ମପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀ ରେଳରୋକ କରିଛନ୍ତି । ଷ୍ଟେସନରେ ଅଟକିଛି ୪ଟି ଟ୍ରେନ୍ । ଇଚ୍ଛାପୁରମ୍ – କଟକ ମେମୁ ଟ୍ରେନ୍,  ବ୍ରହ୍ମପୁର – ପଲାସା ଓ ଯଶମନ୍ତପୁର – ହାୱଡା ପ୍ରମୁଖ ୩ଟି ଟ୍ରେନ୍ ବହୁ ସମୟ ଧରି ଅଟକି ରହିଛି । ଅନ୍ୟପଟେ ଦୋକାନ ବଜାର,  ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଦେଖିବାକୁ ମିଳିଛି ।

INTUC, AITUC, HMS, CITU, AIUTUC, TUCC, SEWA, AICCTU, LPF, UTUC ପରି ସଂଗଠନ ଦେଇଛନ୍ତି ବନ୍ଦ ଡାକରା। ଓଡିଶାରେ ବନ୍ଦ ପାଳନକୁ ସମର୍ଥନ କରିଛି କଂଗ୍ରେସ। ସିପିଆଇ, ସିପିଆଇଏମ୍ ସହ ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ।

ବନ୍ଦ ପାଳନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଉପୁଜିଲେ ମୁକାବିଲା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ବରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ସହରର ପ୍ରମୁଖ ଛକ, ବଜାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଉପରେ କଡା ନଜର ରଖାଯାଇଛି।



from Prameya News7 https://ift.tt/37R73CF
ଭାରତ ବନ୍ଦ ପ୍ରଭାବ : ବ୍ରହ୍ମପୁର ରେଳ ଷ୍ଟେସନରେ ଅଟକି ରହିଛି ଟ୍ରେନ୍ ଭାରତ ବନ୍ଦ ପ୍ରଭାବ : ବ୍ରହ୍ମପୁର ରେଳ ଷ୍ଟେସନରେ ଅଟକି ରହିଛି ଟ୍ରେନ୍ Reviewed by SUBHENDU BARAL on January 07, 2020 Rating: 5

No comments:

Powered by Blogger.