ଆମେରିକା ସେନା ଉପରେ ବଡ ହମଲା । ସେନା ତାଲିମ କ୍ୟାମ୍ପ ଉପରେ ଇରାନର ୧୨ରୁ ଅଧିକ ମିସାଇଲ ମାଡ Kanak News

କନକ ବ୍ୟୁରୋ: ଆମେରିକୀୟ ସୈନ୍ୟ ରହୁଥିବା ଇରାକସ୍ଥିତ ଦୁଇଟି ଆମେରିକୀୟ ଏୟାରବେସରେ ଆଜି ଇରାନ୍ କେତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ପେଣ୍ଟାଗନ୍ କହିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରୟୋଗ କରି ଇରାନ୍, ପ୍ରତିଆକ୍ରମଣ ନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଅଞ୍ଚଳରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍ କାଶିମ୍ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ ଇରାନ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଇରାନର ରାଷ୍ଟ୍ରାୟାତ ଟେଲିଭିଜନ୍ କହିଛି।

କ୍ଷେପଣାସ୍ତ୍ର ମାଡ଼ ହୋଇଥିବା କଥା ସତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ପାରିନାହିଁ। କିନ୍ତୁ, ପ୍ରାଥମିକ ଭାବେ ଇରାନ୍ କହିଥିଲା କି, ମାତ୍ର ଗୋଟିଏ ଏୟାରବେସ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଗତକାଲି ଜେନେରାଲ୍ କାଶିମ୍ ସୁଲେମାନିଙ୍କ ଅନ୍ତିମ ସଂସ୍କାର କେର୍ମାନ୍ ଠାରେ ସମାପନ ହେବା ବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ କହିଛି।

ଇରାକର ପଶ୍ଚିମରେ ଥିବା ଅନବର ପ୍ରଦେଶର ‘ଆଇନ ଅସାଦ’ ଏୟାରବେସ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କଥା ଇରାନର ବିପ୍ଳବୀ ସଂଗଠନ ‘ରିଭୋଲ୍ୟୁସନାରି ଗାର୍ଡ’ କହିଛି। ଇରାନର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ଆଇଆରଏନଏ’ ମାଧ୍ୟମରେ ‘ଗାର୍ଡ’ କହିଛି, ଆମେ ଆମେରିକାର ସମସ୍ତ ମିତ୍ରରାଷ୍ଟ୍ରମାନଙ୍କୁ ଚେତାବନୀ ଦେଉଛୁ- ଯେଉଁମାନଙ୍କ ଏୟାର୍ବେସ୍ରୁ ଇରାନ୍ ଉପରେ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହେବ, ଆମେ ସେଠାରେ ଆକ୍ରମଣ କରିବୁ। ଇସ୍ରାଏଲ୍କୁ ମଧ୍ୟ ଚେତାବନୀ ଦିଆଯାଇଛି।



from Kanak News https://ift.tt/300Iznv https://ift.tt/35DVJZ6
ଆମେରିକା ସେନା ଉପରେ ବଡ ହମଲା । ସେନା ତାଲିମ କ୍ୟାମ୍ପ ଉପରେ ଇରାନର ୧୨ରୁ ଅଧିକ ମିସାଇଲ ମାଡ Kanak News ଆମେରିକା ସେନା ଉପରେ ବଡ ହମଲା । ସେନା ତାଲିମ କ୍ୟାମ୍ପ ଉପରେ ଇରାନର ୧୨ରୁ ଅଧିକ ମିସାଇଲ ମାଡ Kanak News Reviewed by SUBHENDU BARAL on January 07, 2020 Rating: 5

No comments:

Powered by Blogger.