ଦେବଦୂତ ସାଜିଲେ ଡାକ୍ତର ; ପ୍ରସୂତିଙ୍କୁ ୩୦କି.ମି ଭାରରେ ବୋହିଲେ ଡାକ୍ତରୀ ଟିମ୍ Pradesh Pratyush

ମାଲକାନଗିରି : ଦେବଦୂତ ସାଜିଲେ ଡାକ୍ତର । ପାହାଡିଆ ରାସ୍ତାରେ ପ୍ରସୂତିଙ୍କୁ ଚିକିତ୍ସା କରିବା ସହ ପ୍ରାୟ ୩୦ କିଲୋମିଟର ଭାର କରି ମେଡିକାଲରେ ପହଞ୍ଚାଇଛନ୍ତି । ମାଲକାନଗିରି କାଲିମେଳା ମେଡିକାଲର ଏକ ଟିମ୍ ପଲ୍ସ ପୁଲିଓ ପାଇଁ ଗୋଡିଗଣ୍ଡି ଯାଇଥିବା ବେଳେ ଜଣେ ଗର୍ଭବତୀ ଗୁରୁତର ଅବସ୍ଥାରେ ଘରେ ଥିବା ଦେଖିବାକୁ ପାଇଥିଲେ। ଡାକ୍ତର ରାଧେଶ୍ୟାମ ଜେନା ନିଜ କର୍ମଚାରୀଙ୍କ ସହାୟତାରେ ତାଙ୍କ ପ୍ରସବ କରାଇଥିଲେ।

ଗୋଟିଏ ପିଲା ଜନ୍ମ ହୋଇଥିଲେ ମଧ୍ୟ ଗର୍ଭରେ ଆଉ ଏକ ପିଲା ରହିଥିବା ଜଣାପଡିଥିଲା। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ କାଲିମେଳା ମେଡିକାଲକୁ ନେବାକୁ ଡାକ୍ତର କହିଥିଲେ । କିନ୍ତୁ ଗାଁ ନିକଟରେ ପର୍ବ ଥିବାରୁ କୌଣସି ପୁରୁଷ ଲୋକ ନଥିଲେ। ତେଣୁ ପ୍ରସୂତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରୀ ଟିମ୍ ତାଙ୍କୁ ଖଟରେ ବୋହି ନେଇଥିଲେ । ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୋହି ସେମାନେ ମେଡିକାଲରେ ପହଞ୍ଚାଇଥିଲେ। ସେଠାରେ ପ୍ରସୂତି ଆଉ ଏକ ମୃତ ସନ୍ତାନ ଜନ୍ମ ଦେଇଥିଲେ ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି।

 



from OTV Khabar. https://ift.tt/2G5ymx9
ଦେବଦୂତ ସାଜିଲେ ଡାକ୍ତର ; ପ୍ରସୂତିଙ୍କୁ ୩୦କି.ମି ଭାରରେ ବୋହିଲେ ଡାକ୍ତରୀ ଟିମ୍ Pradesh Pratyush ଦେବଦୂତ ସାଜିଲେ ଡାକ୍ତର ; ପ୍ରସୂତିଙ୍କୁ ୩୦କି.ମି ଭାରରେ ବୋହିଲେ ଡାକ୍ତରୀ ଟିମ୍ Pradesh Pratyush Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.