ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ବଡ ବିବାଦ । ଆଜିଠୁ ଶିରିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଖୋଲା ରହିବ ସାଇ ବାବାଙ୍କ ମନ୍ଦିର । Kanak News

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପରଭଣୀ ଜିଲ୍ଲା ସ୍ଥିତ ପାଥରି ସହରକୁ ସାଇ ବାବାଙ୍କ ଜନ୍ମସ୍ଥାନ ଭାବେ ଦର୍ଶାଇ ବିକାଶ କାର୍ଯ୍ୟପାଇଁ ଶହେ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ପରେ ଏହାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଛି। ଶିରିଡ଼ି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରି ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡ଼ି ବନ୍ଦ ଘୋଷଣା କରିଛନ୍ତି। ତେବେ ଏହି ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ହିଁ ବନ୍ଦ ରହିବ ଏବଂ ସାଇ ବାବାଙ୍କ ମନ୍ଦିର ଖୋଲା ରହିବ ବୋଲି କୁହାଯାଇଛି ।

ବନ୍ଦକୁ ଟାଳିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ଶିରିଡ଼ି ବାସିନ୍ଦାମାନେ କହିଛନ୍ତି ଯେ ସେମାନେ ପାଥରିରେ ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି, କିନ୍ତୁ ଏହାକୁ ସାଇ ବାବାଙ୍କ ଜନ୍ମସ୍ଥଳୀ ଭାବେ ଘୋଷଣାକୁ ବିରୋଧ କରୁଛନ୍ତି। ସାଇ ବାବାଙ୍କ ଜନ୍ମ, ଧର୍ମ ଆଦିକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନଥିବା ବେଳେ ପାଥରିକୁ ଜନ୍ମସ୍ଥାନ ବୋଲି ଘୋଷଣା କଲେ ଏହାର ଜୋରଦାର ବିରୋଧ ଜାରି ରହିବ ବୋଲି ସେମାନେ କହିଛନ୍ତି।

ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିଜେପି ଜୋରଦାର ବିରୋଧ କରିଛି ଏବଂ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି କହିଛି। ମାମଲା ଜଟିଳ ରୂପ ନେଉଥିବାରୁ ଆଜି ଅପରାହ୍ନରେ ଶିବସେନା ନେତା ନିଲମ ଗୋହେ ସିରିଡ଼ି ପହଞ୍ଚି ବନ୍ଦ ପାଳନ ନକରିବାକୁ ନିବେଦନ କରିଛନ୍ତି। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଶିରିତି ବନ୍ଦ ଡାକରା ନ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଅପିଲ୍ କରିଛନ୍ତି । ତେବେ ଶିରିଡି ଗ୍ରାମସଭା ରବିବାର ଶିରିଡି ବନ୍ଦ କରିବାକୁ ନିଷ୍ପତି ନେଇଛି । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜର ବୟାନକୁ ଫେରାଇ ନ ନେଇଛନ୍ତି ସେତେବେଳ ପର୍ଯ୍ୟନ୍ତ ବନ୍ଦ ଜାରି ରହିବ ବୋଲି ଗ୍ରାମସଭା ପକ୍ଷରୁ କୁହାଯାଇଛି ।



from Kanak News https://ift.tt/37bOl8I https://ift.tt/30x5A1E
ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ବଡ ବିବାଦ । ଆଜିଠୁ ଶିରିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଖୋଲା ରହିବ ସାଇ ବାବାଙ୍କ ମନ୍ଦିର । Kanak News ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ବଡ ବିବାଦ । ଆଜିଠୁ ଶିରିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଖୋଲା ରହିବ ସାଇ ବାବାଙ୍କ ମନ୍ଦିର । Kanak News Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.