ନୟାଗଡକୁ ପଶି ଆସିଛନ୍ତି କି ମାଓବାଦୀ? ମକରମେଳାରେ ଏକାଧିକ ସଦିଗ୍ଦ ଯୁବକ, ଠିକଣା ପଚାରିଲେ ଗାଏବ ହୋଇଯାଉଛନ୍ତି । Kanak News

କନକ ବ୍ୟୁରୋ : କିଛି ଦିନ ତଳେ ବୌଦ୍ଧ, ନୟାଗଡ଼, କନ୍ଧମାଳ ଆଦି ଜିଲ୍ଲାରେ ମାଓ ଡିଭିଜନ୍ ‘କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼’ (କେକେବିଏନ୍‌) ସକ୍ରିୟ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଆଜି କନ୍ଧମାଳ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହିଁମୁହିଁ ଖବର ଆସିବା ପରେ ନୟାଗଡ଼ ଭିତରକୁ ମାଓବାଦୀମାନେ ପଶି ଆସିବା ଆଶଙ୍କା ପ୍ରକାଶ ପାଇଛି।

ପୂର୍ବରୁ ଯେତେବେ‌ଳେ ବି ପଡ଼ୋଶୀ କନ୍ଧମାଳ, ଗଞ୍ଜାମ, ବୌଦ୍ଧରେ ପୁଲିସ-ମାଓବାଦୀ ମୁହିଁମୁହିଁ ହୋଇଛି, ସେତେ‌ବେଳେ ନୟାଗଡ଼କୁ ମାଓବାଦୀ ସୁରକ୍ଷିତ ଅଞ୍ଚଳ ଭାବେ ବାଛି ନେଇଛନ୍ତି। ପ୍ରାୟ ୨୦ ଦିନ ତଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅଞ୍ଚଳରେ ମାଓ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିବା ବେ‌ଳେ, ଘଟଣାସ୍ଥଳରୁ ଏମାନଙ୍କର କୌଣସି ପତ୍ତା ମିଳି ପାରିନଥିଲା। ଏହି ପରିପ୍ରେକ୍ଷୀରେ ଗତକାଲିଠାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ଦଶପଲ୍ଲା ବ୍ଲକ୍‌ ବାଣିଗୋଚ୍ଛାରେ ଚାଲିଥିବା ପ୍ରସିଦ୍ଧ ମକରଯାତ୍ରାରେ ଅନେକ ଅଜଣା ବ୍ୟକ୍ତିଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଥିବା ସ୍ଥାନୀୟ ବ୍ୟକ୍ତିଙ୍କଠାରୁ ସୂଚନା ମିଳିଛି। ଏହି ଅଜଣା ଯୁବକଙ୍କ ଗତିବିଧି ମଧ୍ୟ ସନ୍ଦେହଜନକ ରହିଛି। ଏପରିକି ବର୍ଷ ବର୍ଷ ଧରି ଆମେ ଏହି ଯୁବକମାନଙ୍କୁ ଏହି ଅଞ୍ଚଳରେ ଦେଖିନଥିବା ଜଣେ କର୍ମଚାରୀ କହିଛନ୍ତି। ଏପରିକି ଏହି ସନ୍ଦିଗ୍ଧ ଯୁବକମାନଙ୍କୁ କେହି କିଛି ପଚାରିଲେ, ସେମାନେ ମେଳା ସ୍ଥାନରୁ ହଠାତ୍‌ ଗାଏବ ହୋଇଯାଉଥିବା ଜଣେ ବ୍ୟକ୍ତି କହିଛନ୍ତି।

ନୟାଗଡ଼ ଜିଲ୍ଲାରେ ପୁଲିସ ପ୍ରଶାସନ ମାଓବାଦୀଙ୍କ ଉପସ୍ଥିତିକୁ ଅସ୍ୱୀକାର କରୁନଥିବା ବେଳେ, ଖୋଲାଖୋଲି ମଧ୍ୟ ସ୍ୱୀକାର କରୁନାହାନ୍ତି। ମେଳାର ପ୍ରଥମ ଦିନରେ ପୁଲିସ, ସ୍ୱତନ୍ତ୍ର ସୁରକ୍ଷା କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। କିନ୍ତୁ ଆଜି କୌଣସି ଭିତିରି ସୂତ୍ରରୁ ଖବର ମିଳିବା ପରେ ମେଳା ସ୍ଥଳରେ ଜିଲ୍ଲାର ବିଭିନ୍ନ ଥାନାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତି ମେଳାରେ ବାରି ହୋଇପଡ଼ୁଥିଲା।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଅଗମ୍ୟ ଅଞ୍ଚଳ ଦଶପଲ୍ଲା ବ୍ଲକର ଚଢ଼େୟାପଲ୍ଲୀ, ପୋଖରୀଗୋଚ୍ଛା, ଦୁଡ଼ା, ନୂଆଗାଁ ପଞ୍ଚାୟତ ଆଦିର ବିଭିନ୍ନ ଗ୍ରାମକୁ ମାଓବାଦୀ ଆତଯାତ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ଗସମା ନିକଟକୁ ଏହି ସବୁ ଗ୍ରାମ ଲାଗିଛି। ଗ୍ରାମବାସୀଙ୍କୁ ପ୍ରଶାସନ ବିରୋଧରେ ମାଓ ନେତା ମତାଉଛନ୍ତି। ଏପରିକି ସୁଯୋଗ ମିଳିଲେ ଜିଲ୍ଲାରେ ପୁଣି ତାଣ୍ଡବଲୀଳା ରଚିପାରନ୍ତି।

ଜଣେ ବନ କର୍ମଚାରୀଙ୍କ କହିବା ଅନୁଯାୟୀ, ମାଓବାଦୀମାନେ ଦଶପଲ୍ଲାର ଏହି ସବୁ ଗ୍ରାମଗୁଡ଼ିକୁ ଆସି ବୈଠକ କରୁଥିବା ‌ବେଳେ, ତାଙ୍କୁ ଗ୍ରାମବାସୀଙ୍କ ବିଶେଷ ସମର୍ଥନ ମିଳୁନାହିଁ। କିନ୍ତୁ ସେମାନେ ଜଙ୍ଗଲ ମଧ୍ୟରେ ଖାକି ପୋଷାକ ପିନ୍ଧା କର୍ମଚାରୀ ଦେଖିବା ମାତ୍ରେ ପୁଲିସ ଭାବି ସେମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ଭୟରେ ଆମେ ଖାକି ପୋଷାକ ପିନ୍ଧି ଆଉ ଜଙ୍ଗଲ ମଧ୍ୟକୁ ଡ୍ୟୁଟି କରିବାକୁ ଯାଉନାହୁଁ। ଚଢ଼େୟାପଲ୍ଲୀ, ପୋଖରୀଗୋଚ୍ଛା, ଦୁଡ଼ା, ନୂଆଗାଁ ପଞ୍ଚାୟତ ଆଦିରେ ମାଓ ପ୍ରଭାବ ରହିଥିବା ବେଳେ, ସେମାନଙ୍କୁ ବର୍ତ୍ତମାନ ଟେଲି ଯୋଗଯୋଗ, ଇଣ୍ଟରନେଟ୍ ମୁଖ୍ୟ ସମସ୍ୟାରେ ପକାଇଛି, ଯେଉଁଥିପାଇଁ ସେମାନେ ବାହାର ଦୁନିଆ ସହ ବି‌ଶେଷ ସଂପର୍କ ରକ୍ଷା କରି ପାରୁନାହାନ୍ତି।



from Kanak News https://ift.tt/38i9TAG https://ift.tt/2ubIVfq
ନୟାଗଡକୁ ପଶି ଆସିଛନ୍ତି କି ମାଓବାଦୀ? ମକରମେଳାରେ ଏକାଧିକ ସଦିଗ୍ଦ ଯୁବକ, ଠିକଣା ପଚାରିଲେ ଗାଏବ ହୋଇଯାଉଛନ୍ତି । Kanak News ନୟାଗଡକୁ ପଶି ଆସିଛନ୍ତି କି ମାଓବାଦୀ? ମକରମେଳାରେ ଏକାଧିକ ସଦିଗ୍ଦ ଯୁବକ, ଠିକଣା ପଚାରିଲେ ଗାଏବ ହୋଇଯାଉଛନ୍ତି । Kanak News Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.