୨୩ରୁ ପୁଣି ଲେଉଟିବ ଶୀତ ! ରାଜ୍ୟର ଅଧିକାଂଶ ସ୍ଥାନରେ ପଡ଼ିବ ଘନ କୁହୁଡ଼ି । ଶୁଖିଲା ଓ ଖରାଟିଆ ରହିବ ପାଗ Kanak News

କନକ ବ୍ୟୁରୋ: ୨୩ରୁ ପୁଣିଥରେ ଲେଉଟିବ ଶୀତ। ସେ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବନି। ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ରହିବ। ତେବେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ୨୨ ଓ ୨୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ୨୨ ଓ ୨୩ ରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ହେବା ଦ୍ବାରା ଜୀବନଯାତ୍ରା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ୨୩ ତାରିଖ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ତେବେ ୨୪ ଓ ୨୫ ତାରିଖରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ୨୩ ତାରିଖରେ ଉପର ବାୟୁମଣ୍ଡଳରେ ମେଘ ସୃଷ୍ଟି ହେବ। ତେଣୁ ଦିନ ସମୟରେ ଟାଣ ଖରା ହେବନି। ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୨୪ରୁ ଏବଂ ରାଜ୍ୟର ଅନ୍ୟନ୍ୟ ଅଞ୍ଚଳରେ ୨୩ ତାରିଖରୁ ଥଣ୍ଡା ବଢ଼ିବ।

ଗତକାଲି ରାତିରେ ରାଜ୍ୟର ଅଧିକାଂଶ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବା ସହ ଆଜି ପୁଣି ସମାନ ପରିମାଣରେ ବୃଦ୍ଧି ପାଇବ। ୨୩ରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବ। ତା’ପର ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ୨୩ ତାରିଖରେ ଝରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପାରଦ ବହୁତ ଖସିବ। ବଲାଙ୍ଗୀରଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳରେ ୨ରୁ ୪ ଡିଗ୍ରି ଖସିବାର ସମ୍ଭାବନା ରହିଛି। ଆନ୍ଦ୍ରପ୍ରଦେଶ ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଉତ୍ତରା ଥଣ୍ଡା ପବନ ରାଜ୍ୟକୁ ବହିପାରୁନି। ୨୩ରୁ ରାଜ୍ୟକୁ ଉତ୍ତରା ପବନ ସିଧା ବହିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ୨୩ରୁ କୁହୁଡ଼ି ପାରିମାଣ ବଢ଼ିବ।



from Kanak News https://ift.tt/30JhzJO https://ift.tt/2FxRYtD
୨୩ରୁ ପୁଣି ଲେଉଟିବ ଶୀତ ! ରାଜ୍ୟର ଅଧିକାଂଶ ସ୍ଥାନରେ ପଡ଼ିବ ଘନ କୁହୁଡ଼ି । ଶୁଖିଲା ଓ ଖରାଟିଆ ରହିବ ପାଗ Kanak News ୨୩ରୁ ପୁଣି ଲେଉଟିବ ଶୀତ ! ରାଜ୍ୟର ଅଧିକାଂଶ ସ୍ଥାନରେ ପଡ଼ିବ ଘନ କୁହୁଡ଼ି । ଶୁଖିଲା ଓ ଖରାଟିଆ ରହିବ ପାଗ Kanak News Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.