ରାଜ୍ୟରେ ଆହୁରି ୫ଦିନ ଯାଏଁ ଜାରି ରହିବ ଘନ କୁହୁଡି । ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ୨୩ରୁ କେତେକ ସ୍ଥାନରେ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି। ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି। ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏବଂ ଗତକାଲି ସକାଳୁ ରାଜ୍ୟର ବହୁ ସ୍ଥାନରେ ଦୃଶ୍ୟମାନତା(ଭିଜିବିଲିଟି) ୫୦ମିଟରକୁ ଖସି ଯାଇଥିଲା। ଭୁବନେଶ୍ବର, ଚାନ୍ଦବାଲି, ପାରାଦୀପ, ଅନୁଗୁଳ ଆଦି ସ୍ଥାନରେ ଦୃଶ୍ୟମାନତା ୫୦ମିଟର ତଳେ କମ୍ ଥିଲା। କଟକରେ ୨୦୦ରୁ ୨୫୦ମିଟର, ଗୋପାଳପୁରରେ ୨୦୦ମିଟର, ସୁନ୍ଦରଗଡ଼ରେ ୨୦୦ମିଟର, ବାଲେଶ୍ବରରେ ୮୦୦ରୁ ୧କିମି, ଦାରିଙ୍ଗବାଡ଼ିରେ ୮୦୦ରୁ ୧କିମି, ନୟାଗଡ଼ରେ ୨୦୦ମିଟରରୁ କମ୍ ମଧ୍ୟରେ ଦୃଶ୍ୟମାନତା ରହିବାରୁ ଜନଜୀବନ ପ୍ରବାହିତ ହୋଇଥିଲା। ଏହିଭଳି ଘନ କୁହୁଡ଼ି ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରେ, ସୋମବାର ଖୋର୍ଦ୍ଧା, ପୁରୀ, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ମଙ୍ଗଳବାର ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କୋରାପୁଟରେ ବୁଧବାର ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ରେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ପଡ଼ିବ। ଅପରପକ୍ଷେ ୨୩ତାରିଖରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି।
from Kanak News https://ift.tt/38ibnLg https://ift.tt/34FyvlH
No comments: