ଏଣିକି ରାତିସାରା ଖୋଲା ରହିବ ମଲ୍ । କେବଳ ମଲ୍ ନୁହେଁ ଏଣିକି ୨୪ ଘଂଟିଆ ଖୋଲା ରହିବ ପବ୍, ରେସ୍ତୋରାଁ ଏବଂ ଦୋକାନ । ଜାଣନ୍ତୁ କେଉଁଠି Kanak News

କନକ ବ୍ୟୁରୋ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା ୨୬ ତାରିଖରୁ ରାତିସାରା ଖୋଲା ରହିବ ମଲ୍ । କେବଳ ମଲ୍ ନୁହେଁ, ପବ୍, ରେସ୍ତୋରାଁ, ଦୋକାନ ଗୁଡ଼ିକ ମଧ୍ୟ ୨୪ ଘଣ୍ଟିଆ ଖୋଲା ରହିବ। ମହାନଗରରର ଯେଉଁସବୁ ଅଞ୍ଚଳରେ ଏଗୁଡ଼ିକ ଖୋଲା ରହିବ ସେହି ସ୍ଥାନ ଗୁଡ଼ିକ ମଧ୍ୟରେ ଦକ୍ଷିଣ ମୁମ୍ବାଇର ଫର୍ଟ ଏବଂ କାଲା ଘୋଡ଼ା ଏବଂ ପଶ୍ଚିମ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ। ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହାପରେ ବ୍ରିହନ୍ମୁମ୍ବାଇ ମହାନଗର ନିଗମ ଏବଂ ମୁମ୍ବାଇ ପୁଲିସ ଏଥିପାଇଁ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ଏହି ବୈଠକରେ ମଲ୍, ହୋଟେଲ ଏବଂ ରେସ୍ତୋରାଁର ମାଲିକମାନେ ମଧ୍ୟ ଯୋଗଦେଇଥିଲେ। ଏହି ନିଷ୍ପତ୍ତି ଫଳରେ ମୁମ୍ବାଇରେ ଅତିକମରେ ୨୫ଟି ମଲ୍ ରାତିସାରା ଖୋଲା ରହିପାରିବ। ତେବେ ଏଥିପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଯେଉଁସବୁ ସ୍ଥାନ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ମଧ୍ୟରେ ଥିବ। ପାର୍କିଂ ସୁବିଧା ଏବଂ ଲୋକଙ୍କ ନିରାପତ୍ତା ସୁବିଧା ଉପଲବ୍ଧ ହେଉଥିବା ସେହି ସବୁ ଅଞ୍ଚଳରେ ଏହାକୁ ଅନୁମତି ଦିଆଯାଇଛି।
from Kanak News https://ift.tt/2tnLrzc https://ift.tt/365MtwZ

No comments: