ଏଣିକି ୧ ନମ୍ବର ହାଟ ସାମ୍ନାରେ ଆଉ ରଖିପାରିବେନି ବାଇକ୍, କେବଳ କାର ହେବ ପାର୍କିଂ । ନିୟମ ଭାଙ୍ଗିଲେ ଆଦାୟ ହେବ ମୋଟା ଅଙ୍କର ଫାଇନ । ଟ୍ରାଫିକ୍ ଡିସିପିଙ୍କ ସୂଚନା Kanak News

କନକ ବ୍ୟୁରୋ: ଏଣିକି ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ୍ ସାମନାରେ ବାଇକ୍ ପାର୍କିଂକୁ ବନ୍ଦ କରାଯିବ । କେବଳ ଗୋଟିଏ ଲେନରେ କାର ପାର୍କିଂ ପାଇଁ ଅନୁମତି ଦିଆଯିବ । କାରଗୁଡ଼ିକୁ ୪୫ ଡିଗ୍ରୀରେ ପାର୍କିଂ କରିବାକୁ ପଡ଼ିବ । ରାସ୍ତା ସାମନାରୁ ସମସ୍ତ ଫଳ ଦୋକାନୀଙ୍କୁ ହଟାଯିବ । ହାଟ ନିକଟରେ ଥିବା ଅନ୍ୟ ତିନିଟି ସ୍ଥାନରେ ବାଇକ୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ । ଏଭଳି ସୂଚନା ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।

ଏହି ଅବସରରେ ବିଏମସି ଓ ପୋଲିସ୍ ପ୍ରଶାସନ ପକ୍ଷରୁ ୧ ନମ୍ବର ହାଟ ଆଗରୁ ଲୋକଙ୍କୁ ବାଇକ୍ ହଟାଇନେବାକୁ କୁହାଯାଉଛି । ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଅନେକ ସମୟରେ ପ୍ରବଳ ଭିଡ଼ ହେଉଥିବାରୁ କମିଶନରେଟ ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି  । ଏବେ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଅଂଚଳରେ ଏକ ମଲଟିଲେବଲ୍ ପାର୍କିଂ କମ୍ପେକ୍ସ ତିଆରି ଚାଲିଛି । ଏହା କାର୍ଯ୍ୟକାରୀ ହେଲେ ୟୁନିଟ୍-୨ ଅଂଚଳରେ ଅନୁରୂପ ଭାବେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।



from Kanak News https://ift.tt/38zNZJv https://ift.tt/3aAdhsv
ଏଣିକି ୧ ନମ୍ବର ହାଟ ସାମ୍ନାରେ ଆଉ ରଖିପାରିବେନି ବାଇକ୍, କେବଳ କାର ହେବ ପାର୍କିଂ । ନିୟମ ଭାଙ୍ଗିଲେ ଆଦାୟ ହେବ ମୋଟା ଅଙ୍କର ଫାଇନ । ଟ୍ରାଫିକ୍ ଡିସିପିଙ୍କ ସୂଚନା Kanak News ଏଣିକି ୧ ନମ୍ବର ହାଟ ସାମ୍ନାରେ ଆଉ ରଖିପାରିବେନି ବାଇକ୍, କେବଳ କାର ହେବ ପାର୍କିଂ । ନିୟମ ଭାଙ୍ଗିଲେ ଆଦାୟ ହେବ ମୋଟା ଅଙ୍କର ଫାଇନ । ଟ୍ରାଫିକ୍ ଡିସିପିଙ୍କ ସୂଚନା Kanak News Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.