ପରିବାର ପାଇଁ ଯିଏ ପରିବା ବେପାରୀ, ପ୍ରକୃତରେ ସିଏ ବଡଦାଣ୍ଡର ଭିକାରି । ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ଅନ୍ୟର ହାତଟେକାକୁ ଅନାଇ ରହିଛନ୍ତି ଦେବରାଜ । Kanak News

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଯିଏ ଭିକାରି, ପରିବାର ପାଇଁ ସେ ପରିବା ବେପାରୀ । ଭିକାରିଙ୍କ କାହାଣୀ ଖୋଜିଲାବେଳେ ଏମିତି ରୋଚକ ତଥ୍ୟ ବି ସାମ୍ନାକୁ ଆସିଛି । ଅନ୍ୟର ହାତଟେକାକୁ ଅନାଇ ରହିଥିବା ଦେବରାଜ ପ୍ରଧାନ, ଏବେ ବି ପରିବାର ଆଗରେ ନିଜ କାମକୁ ଗୋପନ ରଖିଛନ୍ତି । ପୂର୍ବରୁ ଢେଙ୍କାନାଳରେ ପରିବା ବ୍ୟବସାୟ କରୁଥିଲେ । ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ଆଉ ବ୍ୟବସାୟ ସମ୍ଭବ ହେଲାନି । ଭିକ୍ଷାବୃତି କରି ପରିବାର ଚଳାଉଛନ୍ତି । ହେଲେ ଟଙ୍କା କେଉଁଠୁ ଆସୁଛି ନା ପରିବାର କେବେ ପଚାରିଛି, ନା ସେ କେବେ ସତକଥା କହିଛନ୍ତି ।

ଢେଙ୍କାନାଳ ଗଁଦିଆରେ ପରିବା ବେପାର କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ଦେବରାଜ । ହେଲେ ପରିସ୍ଥିତିରେ ପଡି ପୁରୀ ଚାଲିଆସିବା ସହ ଏହିଠାରେ ରହିଗଲେ । ନିଜ ପରିବା ବେପାର ଅନୁଭୂତିକୁ ପୁରୀରେ ପ୍ରୟୋଗ କରି ଫେଲ ମାରିଲେ । ପୋଲିସ ବାଲା ତାଙ୍କଠାରୁ ପରିବା ଛଡାଇ ନେଉଥିବା ଅଭିଯୋଗ ବି କରିଛନ୍ତି ଦେବରାଜ ।

ସବୁଠାରୁ ବଡକଥା ହେଉଛି ଆଜିଯାଏ ପରିବାର ଆଗରେ ନିଜର ପରିଚୟକୁ ଗୋପନ ରଖିଛନ୍ତି ଦେବରାଜ । ଅର୍ଥାତ ଘର ଲୋକଙ୍କ ଧାରଣା ଏବେ ବି ପୁରୀରେ ପରିବା ବେପାର କରୁଛନ୍ତି ସେ । କାରଣ ଭିକ୍ଷାବୃତିରୁ ଯାହା ମିଳେ ତାକୁ ସାଇତି ରଖିବା ସହ ମଝିରେ ମଝିରେ ଘରକୁ ଯାଇ ଦେଇଆସନ୍ତି ଦେବରାଜ ।
ପୁରୀରେ ଏକ ଗଣ୍ଡଗୋଳରୁ ସାମ୍ନାକୁ ଆସିଥିଲା ଜଣେ ଇଂଜିନିୟର ଭିକାରିଙ୍କ ପରିଚୟ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଯେତିକି ବଢିଲା, ବଡଦାଣ୍ଡର ଭିକାରିଙ୍କୁ ନେଇ ଆମର ଉତ୍ସୁକତା ସେତିକି ବଢିଥିଲା । ତେଣୁ ଏମାନଙ୍କ କାହାଣୀ ଜାଣିବାକୁ ଆମେ ପ୍ରୟାସ କରିଥିଲୁ । ଆଉ ଯାହା ସାଙ୍ଗରେ ଭେଟିଲୁ ତାଙ୍କ ପାଖରେ ଆମକୁ ଶୁଣାଇବା ପାଇଁ ରହିଥିଲା ଭିନ୍ନ ଏକ କାହାଣୀ ।
from Kanak News https://ift.tt/3aB5XwU https://ift.tt/2RH4IDB
No comments: