ଗୋପାଳପୁରରେ ମଝି ସମୁଦ୍ରରେ ଦୁର୍ଘଟଣା । କୁହୁଡି ଯୋଗୁଁ ସମୁଦ୍ର ଭିତରେ ଡଙ୍ଗାକୁ ପିଟିଲା ଡଙ୍ଗା । ୪ ଆହତ, ୧୮ ମତ୍ସ୍ୟଜୀବୀ ଉଦ୍ଧାର Kanak News

କନକ ବ୍ୟୁରୋ: ମଝି ସମୁଦ୍ରରେ ଦୁର୍ଘଟଣା । ଗୋପାଳପୁର ନିକଟ ସମୁଦ୍ର ଭିତରେ ଡଙ୍ଗାକୁ ପିଟିଲା ଡଙ୍ଗା । ଉଚ୍ଚ ଲହଡି କାରଣରୁ ସମୁଦ୍ର ଭିତରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ୧୮ ମତ୍ସ୍ୟଜୀବୀ ଉଦ୍ଧାର, ୪ ଜଣ ଆହତ ହୋଇଛନ୍ତି । ମାଛ ଧରିବାକୁ ଯାଇଥିବା ଧୀବରଙ୍କ ଜାଲ ଏହି ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜାଲର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ବୋଲି ଜଣାପଡିଛି ।
ସେପଟେ, ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି। ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି। ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରେ, ସୋମବାର ଖୋର୍ଦ୍ଧା, ପୁରୀ, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ମଙ୍ଗଳବାର ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କୋରାପୁଟରେ ବୁଧବାର ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ରେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ପଡ଼ିବ।
from Kanak News https://ift.tt/38orjMe https://ift.tt/2R6nlSi


No comments: