କଂସ ମହାରାଜଙ୍କ ପିଆଜ ଚିନ୍ତା ! ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ମଥୁରାନରେଶ । ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦେଲେ ନିର୍ଦ୍ଦେଶ Kanak News

କନକ ବ୍ୟୁରୋ: କଂସ ଦରବାରରେ ମଥୁରବାସୀଙ୍କ ଅଭିଯୋଗ ଶୁଣାଣୀ । ଜନତା କରିଥିବା ଅଭିଯୋଗର ଶୁଣାଣୀ କରି ଜିଲ୍ଲା ପ୍ରଶାସନକୁ ଉତ୍ତରଦାୟୀ କରିଛନ୍ତି ମହାରାଜ । ମଥୁରାନରେଶଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ପୁଲିସ୍ ଅଧିକାରୀଙ୍କ ସମେତ ଏକାଧିକ ପ୍ରଶାସନିକ ଅଧିକାରୀ କଂସ ଦରବାରରେ ହାଜର ହୋଇଛନ୍ତି । ଏହି ଅବସରରେ ପିଆଜ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ମହାରାଜ । ଚାଷୀଙ୍କୁ ପିଆଜ ଚାଷ ପାଇଁ ପ୍ରବର୍ତ୍ତାଇଥିବା ବେଳେ ପ୍ରଶାସନକୁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ, ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ମୁଖ୍ୟ ଆକର୍ଷଣ ସାଜିଥିଲା ରଂଗସଭା। ନାଟ୍ୟାଭିନୟ କ୍ରମରେ କଂସ ମହାରାଜଙ୍କ ଦରବାରରେ ରଂଗସଭା, କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚନା, ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ବିଚାର, ରାଜନର୍ତକୀଙ୍କ ନୃତ୍ୟ ଉତ୍ସବ ସହ ସେପଟେ ଗୋପପୁରରେ ଗୋପୀଙ୍କ ଦଧିବିକା, ବସ୍ତ୍ରହରଣ ଓ ଯମୁନା ଆଳତି ଦୃଶ୍ୟ ଅଭିନୀତ ହୋଇଥିଲା । ଶୂନ୍ୟବାଣୀ ପରେ ନିଜ ଆସନ୍ନ ମୃତ୍ୟୁକୁ ନେଇ ବ୍ୟସ୍ତବିବ୍ରତ ମହାରାଜ କଂସ। ମନରେ ଜାବୁଡ଼ି ଧରିଛନ୍ତି କ୍ରୋଧ ଓ ଭୟ। ତଥାପି ଗର୍ବ ଓ ଗାରିମାରେ ନିଜର ବଡ଼ିମା ଜାହିର କରୁଛନ୍ତି। ପରାକ୍ରମ ପ୍ରଦର୍ଶନ ପାଇଁ ଜାରି ରଖିଛନ୍ତି ଧ୍ୱଂସଲୀଳା। ତାରକାସୁର, ଇନ୍ଦ୍ର ଓ ଯମରାଜଙ୍କୁ ପରାସ୍ତ କରି ନିଜକୁ ଅଜେୟ ଅମର ବୋଲି ଘୋଷଣା କରିଛନ୍ତି। ହେଲେ କୃଷ୍ଣ ଭୟ ପିଛା ଛାଡ଼ୁନି ମହାରାଜ କଂସଙ୍କୁ। ଭୟ ଓ ଭୀତି ମଧ୍ୟରେ ପରାକ୍ରମ ପ୍ରଦର୍ଶନ ପାଇଁ ସେ ରାଜଦରବାରରେ ‘ରଂଗସଭାର ଆୟୋଜନ କରିଛନ୍ତି।

ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ମଗଧର ରାଜା ଜରାସନ୍ଧ, ଶୋଣିତପୁରର ରାଜା ବାଣାସୁର, କରିଦ୍ର ରାଜା ପୌଣ୍ଡ୍ରକ, କବୁଆର ମର୍କତ ରାଜା ବିବିଧ, କଳିଙ୍ଗ ସମ୍ରାଟ ବଜ୍ରସେନ, ମଣିକୁଣ୍ଡଳୀ ରାଜ୍ୟ ଦାନବ ନରେଶ ସୌଦାଶ, ଚେଦିରାଜ୍ୟ ନରପତି ଶିଶୁପାଳ, କାଳକେୟ ରାଜ୍ୟର ନିର୍ବାତ କବଚ, ଶାକଲ୍ୟରାଜା ଶାଲ୍ୱ, ଉଡ଼ଂଗଦେଶ ରାଜା ବଜ୍ରନାଭ, ପଞ୍ଚବନ ପର୍ବତ ଦାନବ ରାଜା ନାରକାସୁରଙ୍କ ସମେତ ଅନ୍ୟ କରଜ ରାଜାମାନେ ରଂଗସଭାରେ ଯୋଗ ଦେଇଥିଲେ। ନିମନ୍ତ୍ରିତ ରାଜାମାନେ ରଂଗସଭାରେ ନିଜ ପରାକ୍ରମ ପ୍ରଦର୍ଶନ କରି କୃଷ୍ଣ ବଧ ପାଇଁ ନିଜନିଜ ସୈନ୍ୟସାମନ୍ତଙ୍କ ସହିତ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଧନୁଯାତ୍ରାର ଆୟୋଜନ କରି କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ରଂଗସଭାରେ ନିଷ୍ପତ୍ତି ହୋଇଥିଲା। ମହାରାଜଙ୍କ ଆତିଥ୍ୟ ଗ୍ରହଣ କରିଥିବା ରାଜାମାନଙ୍କ ମନୋରଂଜନ ପାଇଁ ନୃତ୍ୟ ଗୀତର ଆସର ଜମିଥିଲା।



from Kanak News https://ift.tt/2SW4TgP https://ift.tt/35rBs91
କଂସ ମହାରାଜଙ୍କ ପିଆଜ ଚିନ୍ତା ! ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ମଥୁରାନରେଶ । ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦେଲେ ନିର୍ଦ୍ଦେଶ Kanak News କଂସ ମହାରାଜଙ୍କ ପିଆଜ ଚିନ୍ତା ! ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ମଥୁରାନରେଶ । ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦେଲେ ନିର୍ଦ୍ଦେଶ Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.