ଚିଲିକାରେ ଏବର୍ଷ ବଢ଼ିଛି ପକ୍ଷୀ ସଂଖ୍ୟା : ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦରେ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ Kanak News

କନକ ବ୍ୟୁରୋ : ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ଚଳିତ ବର୍ଷ ବଢ଼ିଛି। ଏହି ବିଶାଳ ହ୍ରଦରେ ଏବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି। ପକ୍ଷୀମାନଙ୍କ ଭିତରେ ରହିଛନ୍ତି ୧୧ ପ୍ରଜାତି। ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଂଜନ ହୋତା ରବିବାର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଚିଲିକାର ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ବେଳେ ଗତ ବର୍ଷ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀଙ୍କର ସମାଗମ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବାଲୁଗାଁ ରେଞ୍ଜରେ ସର୍ବାଧିକ ପକ୍ଷୀ ସଂଖ୍ୟା ଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଦେଖିବାକୁ ମିଳିଥିଲା।

ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଂଗୋଙ୍କ ସଂଖ୍ୟା ଏବର୍ଷ ୧୩୫୦ଟି ଥିବା ବେଳେ ସର୍ବାଧିକ ଗଡ଼ଓ୍ଵାଲ ପକ୍ଷୀ ୨ ଲକ୍ଷ ୫ ହଜାର ୮୮୩ ଅଛନ୍ତି। ତା’ ତଳକୁ ନର୍ଦନ ଟ୍ରିନଟେଲ ୧ ଲକ୍ଷ ୮୨ ହଜାର ୧୭୭ଟି ଅଛନ୍ତି। ସେହିପରି ଓ୍ଵିଜନ ପକ୍ଷୀ ୧ ଲକ୍ଷ ୪୩ ହଜାର ୪୧୮ ପକ୍ଷୀ ଥିବା ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା ୫୨ ହଜାର ଅଧିକ ଆସିଥିବା ବନ୍ୟ ପ୍ରାଣୀ ଅଧିକାରୀ ଆଲୋକ ରଂଜନ ହୋତା ସୂଚନା ଦେଇଛନ୍ତି।

ଏହି ପକ୍ଷୀଗଣନା କାର୍ଯ୍ୟରେ ୨୧ଟି ଦଳରେ ୧୫୦ ଜଣ ସଦସ୍ୟ ନିୟୋଜିତ ହୋଇଥିଲେ। ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ାରେ ହୋଇଥିବା ଏହି ଗଣନା କାର୍ଯ୍ୟ ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନୟ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀଗଣନା କାର୍ଯ୍ୟରେ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ଅଫ୍‌ ସୋସାଇଟି ବିଶେଷଜ୍ଞ ଏସ୍‌. ବାଳଚନ୍ଦ୍ରନ ଦିଗଦର୍ଶନ ଦେଇଥିଲେ।



from Kanak News https://ift.tt/2QT7N30 https://ift.tt/2MWoZU4
ଚିଲିକାରେ ଏବର୍ଷ ବଢ଼ିଛି ପକ୍ଷୀ ସଂଖ୍ୟା : ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦରେ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ Kanak News ଚିଲିକାରେ ଏବର୍ଷ ବଢ଼ିଛି ପକ୍ଷୀ ସଂଖ୍ୟା : ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦରେ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.