ନୂଆଦିଲ୍ଲୀ/ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା- JEE ମେନ୍ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।
ଆଜି ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ତେବେ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଏହାସହ ପରୀକ୍ଷାର୍ଥୀମାନେ ସାଙ୍ଗରେ ଆଡ୍ମିଟ୍ କାର୍ଡ, ଫଟୋ ଓ ପରିଚୟ ପତ୍ର ନେବା ବାଧ୍ୟତାମୂଳକ। ସେହିପରି କୌଣସି ବୈଦ୍ୟୁତିକ ଉପକରଣ, ଘଣ୍ଟା, ପାଣି ବୋତଲ, ଖାଦ୍ୟ ପ୍ୟାକେଟ୍ ଇତ୍ୟାଦି ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ନେଇପାରିବେ ନାହିିଁ।
ଦେଶ ଓ ବିଦେଶରେ ୨୩୩ ଟି ସହରରେ JEE ମେନ୍ ହେବ। ଓଡ଼ିଶାର ୭ଟି ସହର ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳରେ ଏହି ପରୀକ୍ଷା ହେବାକୁ ଥିବାବେଳେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଅନ୍ୟପକ୍ଷରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା।
ଆସନ୍ତା ୩୧ ତାରିଖରେ ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ ପାଇବ। ରାଙ୍କ୍ ରଖିଥିବା ଛାତ୍ରଛାତ୍ରୀ NIT, ଟ୍ରିପଲ୍ ଆଇଟି, ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବେ। ଆସନ୍ତା ଏପ୍ରିଲ୍ରେ ଦ୍ୱିତୀୟ ପର୍ଯ୍ୟାୟ JEE ମେନ୍ ହେବ।
from OTV Khabar. https://ift.tt/2ZUKKZU
No comments: