ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ : ଆଜି ହେବ କଡା ଟକ୍କର, ସିରିଜ କବ୍‌ଜା ଲକ୍ଷ୍ୟରେ ଉଭୟ ଦଳ

ବେଙ୍ଗାଲୁରୁ ୧୯।୧: ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ ବର୍ତ୍ତମାନ ସମୟରେ ୧-୧ରେ ବରାବର ରହିଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।

ଆଜି ବେଙ୍ଗାଲୁରୁର ଏମ୍. ଚିନାସ୍ବାମୀ ଷ୍ଟାଡିୟମରେ ଦିନ ୧ଟା ୩୦ ମିନିଟରେ ହେବ ଏହି ହାଇଭୋଲଟେଜ୍ ଲଢେଇ । ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ କଙ୍ଗାରୁ ଦଳ ଟିମ୍ ଇଣ୍ଡିଆକୁ ୧୦ ୱିକେଟର ବଡ ବ୍ୟବଧାନରେ ପରାସ୍ତ କରିଥିଲା । ଆଉ ଯାହାର ପ୍ରତିଶୋଧ ଦ୍ବିତୀୟ ଦିନିକିଆରେ ନେଇଥିଲା ବିରାଟ ବାହିନୀ । ୩୬ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଭାରତ ।

ନିର୍ଣ୍ଣାୟକ ମୋଡରେ ସିରିଜ ରହିଥିବାରୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି ।



from Prameya News7 https://ift.tt/3akFhjL
ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ : ଆଜି ହେବ କଡା ଟକ୍କର, ସିରିଜ କବ୍‌ଜା ଲକ୍ଷ୍ୟରେ ଉଭୟ ଦଳ ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ : ଆଜି ହେବ କଡା ଟକ୍କର, ସିରିଜ କବ୍‌ଜା ଲକ୍ଷ୍ୟରେ ଉଭୟ ଦଳ Reviewed by SUBHENDU BARAL on January 18, 2020 Rating: 5

No comments:

Powered by Blogger.