ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ, ଉତ୍ସବମୁଖର ପୂରପଲ୍ଲୀ

ନୂଆଦିଲ୍ଲୀ ୨୬।୧: ଆଜି  ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପୂରା ଜୋସ୍‌ରେ ସାରା ଦେଶ । ଦିଲ୍ଲୀରୁ ପଲ୍ଳୀ, ସବୁଠି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ସବୁଠି ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା ।  ଦିଲ୍ଲୀରୁ ଜମ୍ମୁ-କାଶ୍ମୀର, ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

୪ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ଜାତୀୟ ରାଜଧାନୀ । ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ, ଅନେକ ସ୍ଥାନରେ ହାଇଆଲର୍ଟ ଜାରି ହୋଇଛି । ରାଷ୍ଟ୍ରପତି ଭବନ, ରାଜପଥ, ଇଣ୍ଡିଆ ଗେଟ୍ ଆଦିକୁ ସଜାଯାଇଛି। ଆଜି  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।

ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ ସୋନାରୋ । ସକାଳ ୧୦ଟାରୁ ଆରମ୍ଭ ହେବ ୮ କିଲୋମିଟର ବ୍ୟାପି ଚିତ୍ତାକର୍ଷକ ପରେଡ୍ । ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା, ଅଖଣ୍ଡତାର ଏଥିରେ ପ୍ରଦର୍ଶିତ ହେବ। ରାଇସିନା ହିଲରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆଗେଟ୍ ଦେଇ ଲାଲ୍‌କିଲ୍ଲାରେ ପରେଡ ଶେଷ ହେବ । ୨ ବର୍ଷ ପରେ ଏଥର ଦିଲ୍ଲୀ ରାଜପଥରେ ଝଟକିବ ଓଡ଼ିଶାର ପ୍ରଜ୍ଞାପନ ମେଢ।



from Prameya News7 https://ift.tt/2GkmZl4
ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ, ଉତ୍ସବମୁଖର ପୂରପଲ୍ଲୀ ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ, ଉତ୍ସବମୁଖର ପୂରପଲ୍ଲୀ Reviewed by SUBHENDU BARAL on January 25, 2020 Rating: 5

No comments:

Powered by Blogger.