ସାଧାରଣନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ ୨୬।୧: ସାଧାରଣନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟ ମଧ୍ୟରେ ଜାତୀୟ ରାଜଧାନୀ । ଜଳ, ସ୍ଥଳ, ଆକାଶ ମାର୍ଗ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ଦିଲ୍ଲୀରେ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ସୀମାକୁ ସିଲ୍ କରାଯାଇ ଯାଞ୍ଚ୍ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଲାଗିଛି ସିସିଟିଭି।

ସୁରକ୍ଷା ଦାୟିତ୍ବରେ ଅଛନ୍ତି NSG, SPG, ITBP ଯବାନ । ସମୁଦାୟ ୪୮ କମ୍ପାନୀ ଅର୍ଦ୍ଧସାମରିକ ବଳ, ଦିଲ୍ଲୀ ପୋଲିସର ୧୭ ହଜାର ଯବାନ ମୁତୟନ ହୋଇଛନ୍ତି । ୨୭୦୦ ଦିଲ୍ଲୀ ପୋଲିସ ସାଦା ପୋଷାକରେ ମୁତୟନ ହୋଇଛନ୍ତି । ପରେଡ୍ ରୁଟ୍ ରେ ସମୁଦାୟ ୫୦୦ ଏକ୍ସରେ ମେସିନ୍, ଏକ ହଜାର ସିସିଟିଭି କ୍ୟାମେରା ଲାଗିଛି ।

କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲାଗିଛି । ୧୦୦ରୁ ଅଧିକ ମୋବାଇଲ ପୋଲିସ କଣ୍ଟ୍ରୋଲ ରୁମ୍, ୧୦ଟି ସିସିଟିଭି କଣ୍ଟ୍ରୋଲ ରୁମ୍ ଖୋଲିଛି । ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ ରହିବେ । ସନ୍ଦିଗ୍ଧଙ୍କ ଚିହ୍ନଟ ଲାଗି କେତେକ ସ୍ଥାନରେ ଫେସିଆଲ ରେକଗ୍ନାଇଜେସନ୍ ସିଷ୍ଟମ୍ ବସାଯାଇଛି।

ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ଏହା ପ୍ରଥମ ସାଧାରଣତନ୍ତ୍ର ଦିବସ। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏମ୍ ଏ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବା ସହ ପରେଡ୍ ରେ ଅଭିଭାଦନ ଗ୍ରହଣ କରିବେ। ଏଥିପାଇଁ ଜୋରଦାର ହୋଇଛି ବ୍ଲକିଂ ଓ ଚେକିଂ।



from Prameya News7 https://ift.tt/2tUhRl1
ସାଧାରଣନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ସାଧାରଣନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି Reviewed by SUBHENDU BARAL on January 25, 2020 Rating: 5

No comments:

Powered by Blogger.