ଗୌହାଟୀ ୦୫।୦୧: ଭାରତୀୟ କ୍ରିକେଟ୍ ଦଳ ୨୦୨୦ର ଅଭିଯାନ ଟ୍ବେଣ୍ଟି-୨୦ରୁ ହିଁ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲା ରେ କୋହଲି ବାହିନୀ ରବିବାର ଦିନ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଗୌହାଟୀ ବର୍ଷାପଡା ଷ୍ଟାଡିୟମରେ ଖେଳାଯିବ ଏହି ବି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ରେ ସମସ୍ତଙ୍କ ନଜର ପ୍ରତ୍ୟାବର୍ତନ କରିଥିବା ଯଶପ୍ରୀତ ବୁମ୍ ରାଙ୍କ ଉପରେ ରହିବ। ୨୬ ବର୍ଷୀୟ ବୁମ୍ ରା ଆଘାତ ଜନିତ ସମସ୍ୟା ପାଇଁ ଗତ ୪ ମାସ ହେବ ଭାରତୀୟ ଦଳରୁ ଦୂରେଇ ରହିଥିଲେ। ତେବେ ଦଳର ଷ୍ଟାର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆରାମ ଦିଆଯଇଛି । ତାଙ୍କ ସ୍ଥାନରେ ଲେକେଶ ରାହୁଲ ଓ ଶିକ୍ଷର ଧାଓ୍ବନ ଓପନ କରିବେ ।
ଗତ ୧୦ବର୍ଷ ମଧ୍ୟରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୧୬ଟି ମୁକାବିଲା ହୋଇଛି । ଏଥିରୁ ୧୧ଟି ଭାରତ ଜିତିଥିବା ବେଳେ ଶ୍ରୀଲଙ୍କା ୫ଟି ମ୍ୟାଚ ଜିତିଛି । ଉଭୟ ଦଳ ଶେଷଥର ପାଇଁ ୨୦୧୮ ନିଦାହାସ ଟ୍ରଫିରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ୬ଓ୍ବିକେଟରେ ବିଜୟ ହାସଲ କରିଥିଲା । ତେବେ ଏହି ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ପରି ପିଚ୍ ପ୍ରସ୍ତୁତ ହୋଇଛି । ରାତିରେ କାକର ପଡିବାର ଆଶଙ୍କା ମଧ୍ୟ ରହିଛି । ଯେଉଁ ଦଳ ୨ୟ ବ୍ୟାଟିଂ କରିବ ତାକୁ ଫାଇଦା ରହିବ ବୋଲି ଆଶା କରାଯାଉଛି ।
from Prameya News7 https://ift.tt/2sQyFZs


No comments: