ପଟ୍ଟାମୁଣ୍ଡାଇ ୫।୧: ଆଜିଠୁ ଖୋଲିଲା ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କୁମ୍ଭୀର ଗଣନା ପାଇଁ ଗତ ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା ।

ବନ୍ଦ ହେବା ପରେ ଆଜି ଭିତରକନିକା ଖୋଲୁଥିବାରୁ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଆଜି ସକାଳ ୯ଟାରେ ଭିତରକନିକାର ଗେଟ୍ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନବିଭାଗ ।

ଜାତୀୟ ଉଦ୍ୟାନ ଭିତରକନିକାରେ ପ୍ରକୃତି ର ମଜା ନେବା ସହିତ ବୋଟିଂ ମଜ୍ଜା ଓ ବଉଳା କୁମ୍ଭୀରମାନଙ୍କ ସମେତ ବିଭିନ୍ନ ବନ୍ୟଜନ୍ତି ଦେଖିବାକୁ ଧାଡି ବାନ୍ଧିଲେଣି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା ରଖଛି ବନବିଭାଗ ।
from Prameya News7 https://ift.tt/35lpHAJ
ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୨୬ ତାରିଖରୁ ଥିଲା ବନ୍ଦ
Reviewed by SUBHENDU BARAL
on
January 04, 2020
Rating:
No comments: