ଚିଲିକାରେ ପକ୍ଷୀଗଣନା ଆରମ୍ଭ, ୨୧ଟି ଟିମ୍ ସାମିଲ୍

କୃଷ୍ଣପ୍ରସାଦ ୫।୧: ଆଜିଠାରୁ ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ଓ୍ବାଇଲ୍ଡ ଲାଇଫ୍ ଓଡିଶା, ଓୟୁଏଟି ଭୁବନେଶ୍ବର ପ୍ରାଣୀ ଚିକିତ୍ସକ ବନ ବିଭାଗର କର୍ମଚାରୀମାନେ ଏହି ଟିମ୍ ରେ ସାମିଲ ଅଛନ୍ତି ।

ପକ୍ଷୀ ବିଷାରଦମାନେ ବାଇନାକୁଲାର ସାହାଯ୍ୟରେ ପକ୍ଷୀଗଣନା ଆରମ୍ଭ କରିଛନ୍ତି । ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଚିଲିକାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଚାଲିବା ସମସ୍ତ ଟିମ୍ ଗଣନା ସାରିବା ପରେ ଚୂଡାନ୍ତ ତାଲିକା ବାଲୁଗଁ। ଡିଏଫଓଙ୍କ କାର୍ଯ୍ୟାଳୟରେ ହସ୍ତାନ୍ତର କରିବେ । ତାଲିକା ହସ୍ତାନ୍ତର କରିବା ପାଇଁ ସମସ୍ତ ଟିମକୁ ସୂଚନା ଦିଆଯାଇଛି ।

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବନ୍ୟପ୍ରାଣୀ ବନାଚଂଳ, ବାଲୁଗଁ।ର ଆନୁକୁଲ୍ୟରେ ଏହି ପକ୍ଷୀଗଣନା ଆରମ୍ଭ ହୋଇଛି । ଚଳିତବର୍ଷ ଶୀତର ପ୍ରକୋପ ଅଧିକ ଥିବାରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଇଛି ।



from Prameya News7 https://ift.tt/36rBmPI
ଚିଲିକାରେ ପକ୍ଷୀଗଣନା ଆରମ୍ଭ, ୨୧ଟି ଟିମ୍ ସାମିଲ୍ ଚିଲିକାରେ ପକ୍ଷୀଗଣନା ଆରମ୍ଭ, ୨୧ଟି ଟିମ୍ ସାମିଲ୍ Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.