କଟକ ୬/୧: ଚୌଦ୍ୱାର ଓଡିଶା ଟେକ୍ସଟାଇଲ ମିଲସରୁ ଯନ୍ତ୍ରାଂଶ ଚୋରି କରୁଥିବା ଗ୍ୟାଙ୍ଗ ଗିରଫ । ଗତକାଲି ରାତିରେ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚୌଦ୍ୱାର ପୋଲିସ । ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପରିତ୍ୟକ୍ତ ଓଟିଏମ୍ ପରିସରରୁ କିଛି ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ଏକ ଯାତ୍ରୀବାହୀ ଅଟୋ ରେ ନେଉଥିବାର ସୂଚନା ପାଇ ପୋଲିସ ଉକ୍ତ ଅଟୋକୁ ପିଛା କରି ମଙ୍ଗୁଳି ହାଇଲେବଲ ପୋଲ ନିକଟରୁ ଧରିବାରେ ସଫଳ ହୋଇଥିଲେ।

ଅଟୋ ମଧ୍ୟରେ ଥିବା ମୂଲ୍ୟବାନ ଯନ୍ତ୍ରାଂଶ କୁ ଜବତ କରିବା ସହ ଡ୍ରାଇଭର ସମେତ ତିନି ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।ପୋଲିସ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି । ଏହି ଚୋରି ପ୍ରକ୍ରିୟା ନିୟମିତ ଭାବେ ଚାଲୁଥିବା ଜଣା ପଡ଼ିଛି। ଓଟିଏମ ବନ୍ଦ ହେବାପରେ ବହୁ ପ୍ରଭାବ ଶାଳୀ ଲୋକଙ୍କ ଛତ୍ର ଛାୟା ତଳେ ଏକ ରାକେଟ ଏହି ଚୋରି ଘଟଣାରେ ସଂପୃକ୍ତ ରହି ବିପୁଳ ମୁନାଫା କମାଉଥିବାର ଜଣାପଡିଛି।

from Prameya News7 https://ift.tt/39Iii1S
ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍ : ଚୌଦ୍ବାର ଓଟିଏମରୁ କରୁଥିଲେ ଯନ୍ତ୍ରାଂଶ ଚୋରି
Reviewed by SUBHENDU BARAL
on
January 05, 2020
Rating:
No comments: