ବାଗବାଦ ୦୫।୦୧: ଦିନକୁ ଦିନ ଜଟିଳ ହେଉଚାଲିଛି ଆମେରିକା-ଇରାନ ବିବାଦ । ଉଭୟ ଦେଶମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି । ଇରାକର ବାଗଦାଦରେ ଆମେରିକାର ରକେଟ ମାଡରେ ଇରାନ କମାଣ୍ଡଙ୍କ ମୃତ୍ୟୁ ହୋଇଥିଲା । ଇରାନ ଏବେ ଆମେରିକାର ଦୂତାବାସ ଉପରେ ରକେଟ ମାଡ କରିଛି ।

ଆମେରିକା ଦୂତାବାସ ଉପରେ ରକେଟ ମାଡ଼ କରିଛି ଇରାନ। ଇରାକର ରାଜଧାନୀ ବାଗଦାଦ୍ ରେ ଥିବା ଆମେରିକା ଦୂତାବାସ ଉପରେ ରକେଟ ମାଡ଼ ହୋଇଛି। ଏଥିରେ କେହି ମୃତାହତ କରିନାହାଁନ୍ତି । ତେବେ ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଗମ୍ଭୀର ରୂପ ନେବାକୁ ବସିଛି।

ଏହି ରକେଟ ଆକ୍ରମଣ ଫଳରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି। ଆମେରିକା ଦୂତାବାସ ସମେତ ସେଣ୍ଟ୍ରାଲ ଇରାକରେ ଥିବା ବାଲାଡ ଏୟାର ବେସ୍ ଉପରେ ଦୁଇଟି ରକେଟ ମାଡ ହୋଇଛି । ଏହି ଆକ୍ରମଣ ପରେ ଆମେରିକାର ହେଲିକାପ୍ଟର ଗୁଡିକ ବାଗଦାଦ୍ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଛି । ଆମେରିକା ଦ୍ୱାରା ଇରାନ ସେନାର କୁଦସ୍ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ଏହାର ଭୟଙ୍କର ପ୍ରତିଶୋଧ ନେବାକୁ ଇରାନ ଧମକ ଦେଇଥିଲା।

ଏହାସହ ଏକ ଭୟଙ୍କର ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇରାନ । ଏହାର ସଂକେତ ଏକ ମସଜିଦରୁ ମିଳିଛି । ଇରାନର କୋମଠାରେ ଥିବା ଐତିହାସିକ ଜାମକରନ୍ ମସଜିଦ ଉପରେ ଇତିହାସରେ ପ୍ରଥମ ଥର ପାଇଁ ଲାଲ୍ ପତାକା ଉଡ଼ାଯାଇଛି । ଏହା ଯୁଦ୍ଧର ସଂକେତ ବୋଲି କୁହାଯାଉଛି ।
from Prameya News7 https://ift.tt/2Fn3uI4
No comments: