ଜଳପ୍ରପାତରେ ସେଲ୍‌ଫି ନେବାବେଳେ ବୁଡିଗଲେ ଛାତ୍ର, ମୃତଦେହ ଉଦ୍ଧାର

ଜୟପୁର ୫।୧: ସେଲଫି ହେଲା କାଳ । ଜଳପ୍ରପାତରେ ସେଲଫି ନେଉଥିବା ବେଳେ ବୁଡିଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ବୋରିଗୁମ୍ମା ଅଞ୍ଚଳର ସୁଶାନ୍ତ ସାହୁ । ସେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏସ୍ ଜଳପ୍ରପାତକୁ ମୃତ ଛାତ୍ର ଜଣଙ୍କ କିଛି ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଆସିଥିଲେ । ଖାଇସାରିବା ପରେ ଜଳପ୍ରପାତରେ ଫଟୋ ଉଠାଇବା ପାଇଁ ଯାଇଥିଲେ । ସେଠାରେ ସେଲଫି ନେଉଥିବା ସମୟରେ ତାଙ୍କର ଗୋଡ ଖସିଯାଇଥିଲା । ଫଳରେ ସେ ଜଳପ୍ରପାତ କୁଣ୍ଡ ଭିତରକୁ ଖସିପଡିଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଆସି ସେଠାରୁ ମୃତଦେହକୁ ଉଦ୍ଧାର କରିଥିଲେ । ସେଠାରୁ ତାଙ୍କ ମୃତଦେହକୁ ଜୟପୁର ମେଡିକାଲକୁ ପଠାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



from Prameya News7 https://ift.tt/2umv6uN
ଜଳପ୍ରପାତରେ ସେଲ୍‌ଫି ନେବାବେଳେ ବୁଡିଗଲେ ଛାତ୍ର, ମୃତଦେହ ଉଦ୍ଧାର ଜଳପ୍ରପାତରେ ସେଲ୍‌ଫି ନେବାବେଳେ ବୁଡିଗଲେ ଛାତ୍ର, ମୃତଦେହ ଉଦ୍ଧାର Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.