ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆଙ୍କ ପାଇଁ ୨୫% ସଂରକ୍ଷଣ । ଉଭୟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ସ୍ୱତନ୍ତ୍ର ସୁବିଧା ପାଇବେ ଓଡ଼ିଆ ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ: କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଏଣିକି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ ପଢ଼ିବାର ସ୍ୱତନ୍ତ୍ର ସୁଯୋଗ । ଉଭୟ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଥିବା ମୋଟ୍ ସିଟର ୨୫ ପ୍ରତିଶତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବା ପାଇଁ ବିଶ୍ୱବିଦ୍ୟାଳୟର ସାଧାରଣ ପରିଷଦ ବୈଠକରେ ନିଷ୍ପତି ହୋଇଛି । କ୍ରମାଗତ ଭାବରେ ରାଜ୍ୟରେ ସରକାର ଏସଂପର୍କରେ କେନ୍ଦ୍ରକୁ ଚିଠି ଲେଖି ଜଣାଇ ଆସୁଥିଲେ । ଏମିତି କି ଏହି ପ୍ରସଙ୍ଗରେ ବିଧାନସଭା ଏବଂ ରାଜ୍ୟସଭାରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଆଉ ଶେଷରେ ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରଖିବା ନେଇ ନିଷ୍ପତି ହୋଇଛି ।

ତେବେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏନଏଲୟୁରେ ସେହି ରାଜ୍ୟର ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ କଟକରେ ଥିବା ଏହି ବିଶ୍ବବିଦ୍ୟାଳୟରେ ସେଭଳି ସୁଯୋଗ ନ ଥିଲା। ୨୦୦୮ରେ କଟକରେ ଏନଏଲୟୁ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୯ ଜୁଲାଇରେ ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ବିଏ ଏଲଏଲବି ପାଇଁ ୧୨୦ଟି ଏବଂ ବିବିଏ ଏଲଏଲବି (ଅନର୍ସ)ରେ ୬୦ଟି ସିଟ ରହିଛି। ସେହିଭଳି ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଏଲଏଲଏମରେ ୫୦ଟି ସିଟ୍ ରହିଛି। ନିଷ୍ପତ୍ତି ଅନୁଯାୟୀ ଏହି ସବୁ ସିଟର ୨୫ ପ୍ରତିଶତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ।

ଏନଏଲୟୁ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ସଂରକ୍ଷଣ ସୁବିଧା ପାଇବାକୁ ଥିବା ଛାତ୍ରଛାତ୍ରୀ ଓଡ଼ିଶାର ଯେ କୌଣସି ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀରେ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଗ୍ରାଜୁଏସନ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ। କିନ୍ତୁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟେର ନାମ ଲେଖାଇବା ପାଇଁ ହେଉଥିବା କମନ ଲ’ ଆଡମିସନ ଟେଷ୍ଟ (କ୍ଲାଟ୍) ଦେଇଥିବା ଛାତ୍ରଛାତ୍ରୀ ଏବଂ ସେଥିରେ ପାଇଥିବା ସ୍କୋର ଅନୁସାରେ ଏହି ସଂରକ୍ଷଣ ସୁବିଧା ପାଇବେ ବୋଲି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। କିନ୍ତୁ ଦୀର୍ଘ ୧୦ ବର୍ଷ ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଏହି ସୁବିଧା ମିଳିବାକୁ ଯାଉଥିବାରୁ ତାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।



from Kanak News https://ift.tt/2sN2bzp https://ift.tt/39Enrrz
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆଙ୍କ ପାଇଁ ୨୫% ସଂରକ୍ଷଣ । ଉଭୟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ସ୍ୱତନ୍ତ୍ର ସୁବିଧା ପାଇବେ ଓଡ଼ିଆ ଛାତ୍ରଛାତ୍ରୀ Kanak News ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆଙ୍କ ପାଇଁ ୨୫% ସଂରକ୍ଷଣ । ଉଭୟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ସ୍ୱତନ୍ତ୍ର ସୁବିଧା ପାଇବେ ଓଡ଼ିଆ ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.