କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି, ୧୨୮୦ଜଣ ସଂକ୍ରମିତ

ବେଜିଂ ୨୫।୧: ଚୀନ୍ ରେ ଅତ୍ୟନ୍ତ ମାରାତ୍ମକ ‘କରୋନା ଭାଇରସ୍’ ଗୋଟିଏ ପରେ ଗୋଟିଏ ସହରକୁ ମାଡି ଚାଲିଛି। ୧୨୮୭ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଚୀନ୍ ଏଦିଗରେ କଡା ପଦକ୍ଷେପ ଗ୍ରହଣ କରୁଛି । ଚୀନ୍ ଏହାର ୧୩ଟି ସହରକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛି । କରୋନା ଭୂତାଣୁ ଯୋଗୁଁ ପ୍ରାୟ ୪କୋଟି ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ୪କୋଟିରୁ ଅଧିକ ଲୋକଙ୍କୁ ଘର ଛାଡି ବାହାରକୁ ଯିବା ପାଇଁ ମନା କରାଯାଇଛି। ଗମନାଗମନ ଏବଂ ଯୋଗାଯୋଗ ବନ୍ଦ କରିଦିଆଯାଇଛି । ହୁୱେଇ ପ୍ରଦେଶର ଜିଆନିଙ୍ଗ୍, ଜିଓଗାନ୍, ଏନ୍ ଶି ଏବଂ ଜିଜିଆଙ୍ଗ୍ ସହରରେ କଟକଣା ଆରମ୍ଭ ହୋଇଛି ।

ଗୁରୁବାର ୯ଟି ସହର ସମ୍ପୂର୍ଣ୍ଣ ଅଂଚଳ ହୋଇଯାଇଥିଲା । ଏହି ସହରମାନଙ୍କରେ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି ଏବଂ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ ଚୀନ୍ ର ୧୪ ବିଶେଷଜ୍ଞଙ୍କୁ ନେଇ ଏକ ଜାତୀୟ ରିସର୍ଚ୍ଚ ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଭାଇରସ୍ ରୋକିବା ଦିଗରେ ଏହି ଟିମ୍ ବ୍ୟାପକ ଗବେଷଣା ଆରମ୍ଭ କରିଛି । ଜିଜିଆଙ୍ଗ୍  ଏବଂ ଏନସିରେ ବିଗତ ୨ ଦିନ ମଧ୍ୟରେ ସ୍ଥିତି ଅଣାୟତ୍ତ ହେବାରୁ ଏହି ସହରକୁ ଆଜି ଅଚଳ କରିଦିଆଯାଇଛି। ପ୍ରଥମେ ଉହାନ୍, ହୁଆଗାଙ୍ଗ୍, ଇଜୋଉ, ଲିଚୁଆନ୍  ସହରକୁ ବନ୍ଦ କରାଯାଇଥିବା ବେଳେ ପରେ ଅନ୍ୟ ସହରଗୁଡିକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଉଛି।



from Prameya News7 https://ift.tt/2ROFmE4
କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି, ୧୨୮୦ଜଣ ସଂକ୍ରମିତ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି, ୧୨୮୦ଜଣ ସଂକ୍ରମିତ Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.