ବଜାରରେ ୨ଟି ବୋମାମାଡ, ପୋଲିସର ଛାନଭିନ୍ ଜାରି

ଡେଲାଙ୍ଗ ୦୫।୦୧: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହାଟବଜାର ସ୍ଥିତ ବାୟା ବଜାରରେ ବୋମାମାଡ  ହୋଇଛି । ଶନିବାର ରାତିରେ ଦୁଇଟି ବୋମାମାଡ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି। ଡେଲାଙ୍ଗ ଫାଣ୍ଡି ଠାରୁ କିଛି ଦୁରରେ ବୋମାମାଡ ହୋଇଥିଲା 

ବୋମାମାଡ ଶବ୍ଦ ଶୁଣି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ଅଫୁଟା ବୋମା ସହ ଫୁଟିଥିବା ବୋମାର ସୁତୁଲି ଜବତ ହୋଇଛି । ବୋମାମାଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୋମାମାଡ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



from Prameya News7 https://ift.tt/2sBDiGZ
ବଜାରରେ ୨ଟି ବୋମାମାଡ, ପୋଲିସର ଛାନଭିନ୍ ଜାରି ବଜାରରେ ୨ଟି ବୋମାମାଡ, ପୋଲିସର ଛାନଭିନ୍ ଜାରି Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.