ମୁମ୍ବାଇ: ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍ପ୍ରିତ ବୁମ୍ରାହ। ଉଭୟ ସିରିଜ୍ରେ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୫ରୁ ୧୦ ମଧ୍ୟରେ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୪ରୁ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ଏକଦିବସୀୟ ମ୍ୟାଚ୍ ଖେଳାଯିବ।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍ରେ ରୋହିତ ଶର୍ମା ଓ ମୋହମ୍ମଦ ସାମୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍ରେ ଏହି ଦୁଇ ଖେଳାଳି ପୁଣି ଦଳକୁ ଫେରିବେ।
ଟି-୨୦ ଇଣ୍ଡିଆ ଟିମ୍
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଦଳରେ ଖେଳିବେ ଯଶପ୍ରୀତ ବୁମ୍ରାହ ଓ ଶିଖର ଧାୱନ୍, କ୍ୟାପଟେନ ବିରାଟ କୋହଲି, କେ.ଏଲ୍. ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ସଞ୍ଜୁ ସାମସନ୍, ରିଷଭ ପନ୍ଥ, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା, ସର୍ଦ୍ଦୁଲ ଠାକୁର, ନଭଦୀପ ସାଇନି, ଯଶପ୍ରୀତ ବୁମରା, ଓ୍ୱାସିଙ୍ଗଟନ ସୁନ୍ଦର।
ଆହତ କାରଣରୁ ୱେଷ୍ଟଇଣ୍ଡିଜ୍ ସିରିଜ୍ରୁ ବାଦ୍ ପଡ଼ିଥିବା ଶିଖର ଧାୱନ ଉଭୟ ଟି-୨୦ ଓ ୱାନ୍ଡେକୁ ଫେରିବେ। ଟି-୨-ରେ ରୋହିତଙ୍କ ଅନୁପସ୍ଥିତିରେ ସେ କେଏଲ୍ ରାହୁଲଙ୍କ ସହିତ ଓପନିଂ କରିପାରନ୍ତି।
ଏକଦିବସୀୟ ସିରିଜ୍ ପାଇଁ ଟିମ୍
ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ମ୍ୟାଚ୍ରେ ଖେଳିବେ- କ୍ୟାପ୍ଟେନ୍ ଭିରାଟ କୋହଲି, ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ୍, ଶ୍ରେୟସ ଆୟର, ମନୀଶ ପାଣ୍ଡେ, କେଦାର ଯାଦବ, ରିଷଭ ପନ୍ତ(ୱିକେଟ୍ କିପ୍ପର୍), ଶିବମ୍ ଦୁବେ, ରବୀନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, କୁଲ୍ଦୀପ ଯାଦବ, ନଭଦୀପ ସାଇନି, ଜସ୍ପ୍ରିତ ବୁମ୍ରା, ଶର୍ଦୁଲ ଠାକୁର, ମୋହମ୍ମଦ ଶାମୀ।
କେଉଁ ମ୍ୟାଚ୍ କେଉଁଠି ଖେଳାଯିବ
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍
- ଜାନୁଆରୀ ୫ରେ ପ୍ରଥମ ମ୍ୟାଚ୍ ଗୁଆହାଟିର ବରସପରା କ୍ରିକେଟ୍ ଷ୍ଟାଡିୟମ।
- ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୭ରେ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମ।
- ତୃତୀୟ ମ୍ୟାଚ୍ ଜାନୁଆରୀ ୧୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ।
ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍
- ପ୍ରଥମ ଏକଦିବସୀୟ ମ୍ୟାଚ୍ ଜାନୁଆରୀ ୧୪ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍।
- ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୭ ରାଜକୋଟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମ୍।
- ତୃତୀୟ ମ୍ୟାଚ୍ ଜାନୁଆରୀ ୧୯ରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ।
from OTV Khabar. https://ift.tt/34MXEtD
No comments: