ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ଟ୍ରାଫିକ୍ ପୁଲିସ୍। ତେବେ ହେଲ୍ମେଟ୍ ନ ପିନ୍ଧି ବାଇକ୍ ଚଲାଇବା ଜଣେ ଓଡ଼ିଆ ଅଭିନେତାଙ୍କ ପାଇଁ ମହଙ୍ଗା ପଡ଼ିଛି।
ରାଜଧାନୀ ଭୁବନେଶ୍ୱରରେ ବିନା ହେଲ୍ମେଟ୍ରେ ଗାଡ଼ି ଚଲାଉଥିବା ଅଭିଯୋଗରେ ଓଲିଉଡ୍ ଷ୍ଟାର୍ ବାବୁଶାନ୍ଙ୍କ ନାଁରେ ଚାଲାଣ କଟିଛି। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କଟିଛି।
ସେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଗୋଟିଏ ମିନିଟ୍ରୁ ଅଧିକ ସମୟର ଏହି ଭିଡିଓରେ ଦେଖିବାକୁ ମିଳିଛି ବାବୁଶାନ୍ କିଭଳି ଭାବରେ ବେଫିକର୍ ହୋଇ ଗାଡ଼ି ଚଲାଉଛନ୍ତି। ନା ସେ ହେଲମେଟ୍ ପିନ୍ଧିଛନ୍ତି ନା ଟ୍ରାଫିକ୍ ପୁଲିସ୍କୁ ତାଙ୍କର ଡର ରହିଛି।
ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦୦୦ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍ ନିୟମକୁ ମାନିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath pic.twitter.com/Mcu0b4RVMi— COMMISSIONERATE POLICE (@cpbbsrctc) December 18, 2019
from OTV Khabar. https://ift.tt/35DntNZ
No comments: