
କନକ ବ୍ୟୁରୋ : ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ପ୍ରତି ବିଏମ୍ସି କୋହଳ ମନୋଭାବ ଦେଖାଇଛି । ଯେଉଁ ୮୨ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବାକୁ ବିଏମ୍ସି କର୍ତ୍ତୃପକ୍ଷ ନୋଟିସ୍ କରିଥିଲେ, ଏବେ ସେଗୁଡ଼ିକୁ ମାଫ୍ କରି ଦେଇଛନ୍ତି । ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ବଳରେ ବିଏମ୍ସି ଯେତିକି ବାଟ ଆଗେଇଥିଲା, ଏବେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ସେତିକି ପଛଘୁଞ୍ଚା ଦେଇଛି ।
ରାଜଧାନୀର ୮୨ଟି କଲ୍ୟାଣ ମଣ୍ଡପ ସିଲ୍ କରିବା େନଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ଯୁକ୍ତି ଥିଲା ଯେ କଲ୍ୟାଣ ମଣ୍ଡପ ଖୋଲିଛ ଅଥଚ ବିଡିଏ/ବିଏମ୍ସିରୁ ପ୍ଲାନ୍ ଅନୁମୋଦନ କରିନ, ଓଡିଏ ନିୟମକୁ ଉଲ୍ଲଂଘନ କରିଛ, ବେଆଇନ ଭାବେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିକର ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି, ରାସ୍ତାରେ ବେଆଇନ ପାର୍କିଂ ହେଉଛି, ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନାହିଁ, ବର୍ଜ୍ୟ ସାମଗ୍ରୀ ଗଦାଉଛ ଅଥଚ ଏହାର ପରିଚାଳନା ବ୍ୟବସ୍ଥା କରିନ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିନ, ନିୟମ ଅନୁଯାୟୀ ଟ୍ରେଡ୍ ଲାଇସେନ୍ସ ନେଇନ, ହୋଲଡିଂ ଟିକସ ଦେଉନ ଯାହା ଓଡ଼ିଶା ମ୍ୟୁନିସିପାଲ ଆକ୍ଟକୁ ଉଲ୍ଲଂଘନ କରୁଛି। ତେଣୁ ମଣ୍ଡପ ସିଲ୍ ହେବ।
ଯେଉଁ ମଣ୍ଡପଗୁଡ଼ିକ ବିଏମ୍ସି/ବିଡିଏର ବିନା ପ୍ଲାନ୍ରେ ନିର୍ମାଣ କରିଥିବେ ବା ପ୍ଲାନ୍ଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ହୋଇଥିବ, ସେମାନେ ତୁରନ୍ତ ସର୍ବକ୍ଷମା ଯୋଜନାରେ ଆବେଦନ କରିବା ସହ ଜରିମାନା ଦେଇ ମଣ୍ଡପର ବେଆଇନ ନିର୍ମାଣକୁ ଆଇନସମ୍ମତ କରିବେ।
ସୂଚନାଯୋଗ୍ୟ ଯେ ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ବିଏମ୍ସି ରାଜଧାନୀର ୮୨ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବାକୁ ନିଷ୍ପତ୍ତିି ନେଇଥିଲା। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍ରେ ୨୮ଟି, ଉତ୍ତର ଜୋନ୍ରେ ୨୯ଟି ଓ ଦକ୍ଷିଣ-ପଶ୍ଚିମ ଜୋନ୍ରେ ୨୫ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବାର ଥିଲା।
from Kanak News https://ift.tt/2rRs7cV https://ift.tt/34ucBRm
No comments: