ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀରେ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଆସିଛି।
ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା।
ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଶା ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ଠାକୁରଙ୍କ ସହ ଗଭୀର ସଂପର୍କ ରଖୁଥିବା ରୁକୁଣା ରଥର ପ୍ରତିକୃତି। ଏହି ରଥ ଉପରେ ୮ ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ଓ ମେଢ଼ ଚାରିପାଖେ ୨୦ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହି ମେଢ଼ର ପରିକଳ୍ପନା କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୫ଟି ଡିଜାଇନ୍ ପଠାଯାଇଥିଲା। ସେଥିମଧ୍ୟରୁ ଗଜେନ୍ଦ୍ରଙ୍କ ଡିଜାଇନ୍ ଯୋଗ୍ୟ ବିବେଚିତ ହୋଇଛି।
from OTV Khabar. https://ift.tt/2QgEUOb
No comments: