ଭୁବନେଶ୍ୱର: ବିମାନ ସେବା ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଦେଖା ଦେଇଛି ଉତ୍ତେଜନା। ଏହାକୁ ନେଇ ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏୟାର ଏସିଆର ଏକ ବିମାନ ସେବା ବାତିଲ ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିବାରୁ ଯାତ୍ରୀମାନେ ତାତି ଉଠିଥିଲେ। କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନକରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯାଇଥିଲା। ଫଳରେ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଏହାକୁ ନେଇ ଏୟାର ଏସିଆ କମ୍ପାନୀ ଅଧିକାରୀଙ୍କ ସହ ଯାତ୍ରୀଙ୍କ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ମଧ୍ୟ ହୋଇଥିଲା।
from OTV Khabar. https://ift.tt/38ITrdK
ବାତିଲ ହେଲା ବିମାନ; ତାତିଲେ ଯାତ୍ରୀ Minati Mishra
Reviewed by SUBHENDU BARAL
on
December 16, 2019
Rating:
No comments: