ଉନ୍ନାଓ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲା : ଆଜି ବିଧାୟକ କୂଳଦୀପ ସେନଗରଙ୍କ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ ୧୭।୧୨: ଆଜି ବିଧାୟକ କୁଳଦୀପ ସେନଗରଙ୍କ ଦଣ୍ଡା ଶୁଣାଣି । ଦିଲ୍ଲୀର ତିସହଜାରୀ କୋର୍ଟ ଶୁଣାଇବେ ରାୟ । ସୋମବାର ଉନ୍ନାଓ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଜେପିରୁ ବହିଷ୍କୃତି ବିଧାୟକ କୁଲଦୀପ ସିଂ ସେନଗର । ୨୦୧୭ରେ ଘଟିଥିବା ଏହି ଘଟଣାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

ସେନଗର ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ କଣ ଦଣ୍ଡ ଦିଆଯିବ ଏନେଇ ଆଜି କୋର୍ଟରେ ଯୁକ୍ତି ରଖିବେ ଉଭୟ ପକ୍ଷର ଓକିଲ । ସେନଗରଙ୍କୁ ଅଦାଲତ ଆଇପିସିର ଧାରା ୧୨୦ ଖ- ଅପରାଧିକ ଷଡଯନ୍ତ୍ର, ୩୬୩-ଅପହରଣ, ୩୬୬- ଜବରଦସ୍ତି ବିବାହ ପାଇଁ ମହିଳାଙ୍କୁ ଅପହରଣ କିମ୍ବା ଉତ୍ପୀଡନ, ୩୭୬-ଦୁଷ୍କର୍ମ ଏବଂ ପକ୍ସୋ ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜିଲ୍ଲା ଦୌରାଜଜ ଧର୍ମେଶ ଶର୍ମା ସେନଗରଙ୍କୁ ଅପରାଧିକ ଷଡଯନ୍ତ୍ର ଓ ଦୁଷ୍କର୍ମ ମାମଲାରେ ଦୋଷୀ ଘୋଷଣା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୀଡିତାଙ୍କ ପକ୍ଷରୁ ରଖାଯାଇଥିବା ଦଲିଲକୁ ଅଦାଲତ ସତ୍ୟ, ବୋଲି କହିଛନ୍ତି । ଏହି ମାମଲାରେ ଚାର୍ଜିସିଟ୍ ଦାଖଲ କରିବାରେ ସିବିଆଇ କାହିଁକି ଏତେ ସମୟ ନେଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । 



from Prameya News7 https://ift.tt/35tkE29
ଉନ୍ନାଓ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲା : ଆଜି ବିଧାୟକ କୂଳଦୀପ ସେନଗରଙ୍କ ଦଣ୍ଡ ଶୁଣାଣି ଉନ୍ନାଓ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲା : ଆଜି ବିଧାୟକ କୂଳଦୀପ ସେନଗରଙ୍କ ଦଣ୍ଡ ଶୁଣାଣି Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.