ସୁସ୍ଥ ହେଉଛି ହେଲେ ଶୋଇରହୁଛି ବଳିଆ: ଜଗା ପ୍ରଥମରୁ ଭଲ ଅଛି କିନ୍ତୁ ଏଯାଏ ଆରମ୍ଭ ହୋଇନି ତାର ପଢ଼ା Kanak News

କନକ ବ୍ୟୁରୋ: ବଳିଆ ପାଇଁ ଆଉ ଭେଣ୍ଟିଲେଟର ଦରକାର ପଡୁନି। ଆଗ ଭଳି ତାକୁ ଜ୍ବର ବି ଆସୁନି। ଧୀରେ ଧୀରେ ସେ ସୁସ୍ଥ ହେବାରେ ଲାଗିଛି। କିନ୍ତୁ ଶଯ୍ୟା ଛାଡୁନି। ସେ ଆଗ ଭଳି କେବଳ ଶୋଇରହୁଛି। ଜଗା ଭଳି ଚଳପ୍ରଚଳ ହେଉନି ସେ। ହେଲେ ଜଗା ପ୍ରଥମରୁ ଭଲ ଅଛି। ତାର ପାଠପଢ଼ା ବୟସ ହେଲାଣି। କିନ୍ତୁ ଏଯାଏ ତାର ପଢ଼ା ଆରମ୍ଭ ହୋଇନି। ପଢ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ନିଜ ପ୍ରତିଶ୍ରୁତି ଭୁଲିଗଲେଣି।

 

ଜଗା ସୁସ୍ଥ ଥିଲେ ମଧ୍ୟ ସଂପୂର୍ଣ୍ଣ ବିପଦମୁକ୍ତ ନୁହେଁ। ସ୍କୁଲ ଗଲେ କାଳେ କିଛି ଅଘଟଣ ଘଟିବ ସେଥି ପାଇଁ ଘରୋଇ ପାଠ ପଢାଯିବା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଏହି କାରଣରୁ ଜଗାକୁ ବାହାରକୁ ନ ଛାଡି ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଏସସିବିରେ ଘରୋଇ ଶିକ୍ଷକ ଜରିଆରେ ପଢ଼ାଯିବାକୁ ସରକାର ଯୋଜନା ତଥା ଘୋଷଣା କରିଥିଲେ। ସରକାରଙ୍କ ଘୋଷଣାକୁ ତିନିମାସ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ଜଗାର ପାଠପଢା ଆରମ୍ଭ ହୋଇପାରିନି।

http://sambad.in

ଏହାକୁ ନେଇ ବାପାମା ମଧ୍ୟ ଚିନ୍ତାରେ। ଜଗାର ମା ପୁଷ୍ପାଞ୍ଜଳି କହଁର ଗତମାସରେ ଏସସିବି ଅଧୀକ୍ଷକଙ୍କୁ ସାକ୍ଷାତ କରି ଜଗାକୁ ଗାଁକୁ ନେବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ରାଜ୍ୟ ସରକାର ମନା କରିବା ସହି ଜଗା ଗାଁକୁ ନିଆଯାଇପାରିବନି ବୋଲି ସ୍ପଷ୍ଟ କରିଦେଲେ। ଜଗାର ବୟସ ଗଡ଼ିଚାଲିଥିବା ବେଳେ ତାର ପଢ଼ା ଆରମ୍ଭ ନହେବା ବାପାମାଙ୍କୁ ଚିନ୍ତାରେ ପକାଇଛି। ସେମାନେ ମୁହଁ ଖୋଲି କହିପାରୁ ନଥିବା ବେଳେ ମନରେ କିନ୍ତୁ କ୍ଷୋଭ ରହିଛି।



from Kanak News https://ift.tt/2ElzhZp https://ift.tt/2PMVSU2
ସୁସ୍ଥ ହେଉଛି ହେଲେ ଶୋଇରହୁଛି ବଳିଆ: ଜଗା ପ୍ରଥମରୁ ଭଲ ଅଛି କିନ୍ତୁ ଏଯାଏ ଆରମ୍ଭ ହୋଇନି ତାର ପଢ଼ା Kanak News ସୁସ୍ଥ ହେଉଛି ହେଲେ ଶୋଇରହୁଛି ବଳିଆ: ଜଗା ପ୍ରଥମରୁ ଭଲ ଅଛି କିନ୍ତୁ ଏଯାଏ ଆରମ୍ଭ ହୋଇନି ତାର ପଢ଼ା Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.