ଆଜି ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୧୫ ଟି ସିଟ୍ ପାଇଁ ୪୭ ଲକ୍ଷରୁ ଅଧିକ ମତଦାତା ଦେଉଛନ୍ତି ଭୋଟ୍ Kanak News

ଝାଡ଼ଖଣ୍ଡରେ ସୋମବାର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି। ଏଥି ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ପର୍ଯ୍ୟାୟରେ ଧାନବାଦ, ଦେଓଘର, ଗିରିଡିହୀ ଓ ବୋକାରୋ ଆଦି ୪ଟି ଜିଲ୍ଲାର ୧୫ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ନକ୍ସଲ ଅଧୁଷିତ ବାଗୋଦର, ଜାମୁଆ, ଗିରିଡିହୀ, ଡୁଙ୍ଗୁରି ଓ ତୁଣ୍ଡି ଆଦି ୫ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେଉ ଥିବାବେଳେ ଅବିଶିଷ୍ଟ ୧୦ଟି ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ନିଆଯିବ।

ଏହି ପର୍ଯ୍ୟାୟରେ ମୋଟ ୨୨,୪୪,୧୩୪ ମହିଳା,୨୫,୪୦,୭୯୪ ଜଣ ପୁରୁଷ ଏବଂ ୮୧ ଜଣ ତୃତୀୟ ଲିଙ୍ଗୀ ମତଦାତାଙ୍କୁ ମିଶାଇ ମୋଟ ୪୭,୮୫,୦୦୯ ଭୋଟର ଆଜି ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଇତିମଧ୍ୟରେ ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ ୧୬ଟି ବିଧାନସଭା ଆସନରେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି । ଦୁମୁକାଠାରେ ହୋଇଥିବା ନିର୍ବାଚନ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜେଏମଏମ୍ ଓ କଂଗ୍ରେସ ଦଳ ନିକଟରେ ଝାଡଖଣ୍ଡ ରାଜ୍ୟର ବିକାଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିନ୍ତାଧାରା ନାହିଁ ।

ଅନ୍ୟପକ୍ଷରେ ମହାମେଣ୍ଟ ସପକ୍ଷରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରି ଜେଏମଏମ୍ ସଭାପତି ଶିବୁ ସୋରେନ୍ ବିଜେପି ଆଦିବାସୀ ସମ୍ପ୍ରଦାୟ ଗୁଡିକୁ ଦୁର୍ବଳ କରିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ଏଜେଏସୟୁ ଅଧ୍ୟକ୍ଷ ସୁଦେଶ କୁମାର ମାହାତୋ କହିଛନ୍ତି, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ଗ୍ରାମାଞ୍ଚଳର ଲୋକମାନଙ୍କ ସଶକ୍ତିକରଣ ସହିତ ଆଦିବାସୀମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବ। ରାଜ୍ୟରେ ବିଜେପିର ୫ବର୍ଷ ଶାସନ କାଳରେ ବିଜେପି ଜନସାଧାରଣ ସହ ପ୍ରତାରଣା କରିଛି ବୋଲି ଝାଡଖଣ୍ଡ ବିକାଶ ମୋର୍ଚ୍ଚା ମୁଖ୍ୟ ବାବୁଲାଲ ମାରାଣ୍ଡି କହିଛନ୍ତି । ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକର ନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନ ରାଲିରେ ଭାଷଣ ଦେଇ ନିଜ ନିଜର ଦଳ ସପକ୍ଷରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।



from Kanak News https://ift.tt/36FoNAd https://ift.tt/2tnSbN5
ଆଜି ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୧୫ ଟି ସିଟ୍ ପାଇଁ ୪୭ ଲକ୍ଷରୁ ଅଧିକ ମତଦାତା ଦେଉଛନ୍ତି ଭୋଟ୍ Kanak News ଆଜି ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୧୫ ଟି ସିଟ୍ ପାଇଁ ୪୭ ଲକ୍ଷରୁ ଅଧିକ ମତଦାତା ଦେଉଛନ୍ତି ଭୋଟ୍ Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.