ମତେ ଗଣ୍ଡେ ଖାଇବାକୁ ଦିଅ, ଭୋକରେ ରହିବି ଆଉ କେତେ ଦିନ? ସରକାର ମତେ ଟିକେ ସାହାଯ୍ୟ କର ବୋଲି ଆକୁଳ ନିବେଦନ କରୁଛନ୍ତି ନିରାଶ୍ରୟୀ ଉଷା ମାଝୀ Kanak News

କନକ ବ୍ୟୁରୋ : ମୁଁ ଅଭାଗିନୀ, ଗରିବ ନିରାଶ୍ରୟୀ ମଣିଷ ଟିଏ । ଏତେ ବଡ଼ ଦୁନିଆରେ ମୋର ନିଜର ବୋଲି କେହି ନାହିଁ । ନାଁ ମୋତେ ଭତ୍ତା ମିଳୁଛି, ନା କୌଣସି ସରକାରୀ ସହାୟତା । ମୋର ଗୋଡ଼ ଅଛି ସତ କିନ୍ତୁ ଚାଲିବାର ବଳ ନାହିଁ । ଜନ୍ମର ମୁଁ ଦିବ୍ୟାଙ୍ଗ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ପର ଦୁଆରେ ଦିନ କାଟୁଛି । କିଏ ଦୟାରେ କିଛି ଦେଲେ, ପେଟକୁ ଦାନା ଯାଉଛି, ନହେଲେ ଖାଡ଼ା ଉପବାସ । ହାତ ଯୋଡ଼ି ବିନତୀ କରୁଛି, ମୋତେ ଖାଇବାକୁ ଦାନା ମୁଠେ ଦିଅ । ମୋତେ ଟିକିଏ ସାହାଯ୍ୟ କର ସରକାର । କୋହଭରା କଣ୍ଠରେ ଏପରି ନିବେଦନ କରିଛନ୍ତି ୪୦ବର୍ଷୀୟ ଏହି ଦିବ୍ୟାଙ୍ଗ ମହିଳା ।

ବୌଦ୍ଧ ଜିଲ୍ଲା ସଦର ବ୍ଳକ ଆମ୍ଭଝିିରୀ ଗ୍ରାମର ଉଷା ମାଝୀ । ବୟସ ମାତ୍ର ୪୦ । ଜନ୍ମରୁ ସେ ଦିବ୍ୟାଙ୍ଗ । ନିଜର ୨ ହାତ ସାହାଯ୍ୟରେ ଚାଲୁଛନ୍ତି । ଘର ପରିବାର ବୋଲି କିଛି ନାହିଁ । ଭାରି ହୀନସ୍ତା ହେଉଛନ୍ତି ଉଷା । ବାପା ମାଁ ଥିବାବେଳେ ପେଟକୁ ମୁଠାଏ ଖାଦ୍ୟ ଆଉ ପିନ୍ଧିବାକୁ ଖଣ୍ଡେ କନା ମିଳୁଥିଲା । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ବାପା ମା ଝିଅକୁ ବାହା କରାଇପାରିଲେ ନାହିଁ । ହେଲେ ସେମାନେ ଆରପାରିକୁ ଚାଲିଯିବା ପରେ ଏବେ ଉଷା ପେଟ ଚାଖଣ୍ଡକ ପାଇ ଜାରି ରଖିଛନ୍ତିି ସଂଘର୍ଷ ।

ନିଜେ ଛିଡା ବି ହୋଇପାରୁନାହାନ୍ତି , ଆଉ ଏହି ସମୟରେ ସେ କାମ କରିବେ ବା କିପରି? କିନ୍ତୁ ପେଟ ତ ଭୋକର ଅକ୍ଷମତା ବୁଝିବନି । ସେଥିପାଇଁ ବାଧ୍ୟ ହୋଇ ଗୁରୁଣ୍ଡି ଘୋଷାଡ଼ି କାହା ଘର ଝାଡ଼ୁ ମାରିଦେଉଛନ୍ତି ତ ଆଉ କେତେବେଳେ କାହା ଘର ଲିପା ପୋଛା କରିଦେଉଛନ୍ତି । ତା’ ବଦଳରେ ମିଳୁଛି ମୁଠାଏ ଭାତ । କିଛି ନିମିଳିଲେ ଖାଡ଼ା ଉପାସ କଟୁଛି ଦିନ । ଏଭଳି ଏକ ଅସହାୟ ଏବଂ ସର୍ବହରା ହୋଇପଡିଥିବା ଉଷାଙ୍କ ଉପରେ ଆଜିଯାଏ ଦୃଷ୍ଟି ପଡ଼ିଲାନି ପ୍ରଶାସନର । ନାଁ ଭତ୍ତା ପାଉଛନ୍ତି ନା ଚାଉଳ ନା ଆବାସ ଗୃହ ।

ଗରିବ ଗୁରୁବାଙ୍କ ପାଇଁ ରାଜ୍ୟ ସରାକରଙ୍କ ମାଳ ମାଳ ଯୋଜନା ଓ କୁଢ଼ କୁଢ଼ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଏଠାରେ ପ୍ରକୃତ ହିତାଧିକାରୀ ପରଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ । ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ମାଧ୍ୟମରେ ସରପଞ୍ଚଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ନିରାଶ୍ରୟୀ ଉଷା ।  ତେବେ ଘଟଣା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ପରେ ତାଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।



from Kanak News https://ift.tt/2rPkmEa https://ift.tt/2RVOmZO
ମତେ ଗଣ୍ଡେ ଖାଇବାକୁ ଦିଅ, ଭୋକରେ ରହିବି ଆଉ କେତେ ଦିନ? ସରକାର ମତେ ଟିକେ ସାହାଯ୍ୟ କର ବୋଲି ଆକୁଳ ନିବେଦନ କରୁଛନ୍ତି ନିରାଶ୍ରୟୀ ଉଷା ମାଝୀ Kanak News ମତେ ଗଣ୍ଡେ ଖାଇବାକୁ ଦିଅ, ଭୋକରେ ରହିବି ଆଉ କେତେ ଦିନ? ସରକାର ମତେ ଟିକେ ସାହାଯ୍ୟ କର ବୋଲି ଆକୁଳ ନିବେଦନ କରୁଛନ୍ତି ନିରାଶ୍ରୟୀ ଉଷା ମାଝୀ Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.