ସୂର୍ଯ୍ୟୋପରାଗ ପୂର୍ବରୁ ଶ୍ରୀମନ୍ଦିରରେ ପଡିଲାନି ପହୁଡ । ସାରା ରାତି ଖୋଲା ରହିଲା ବଡଦେଉଳ, ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ହେବ ସ୍ୱତନ୍ତ୍ର ନୀତିକାନ୍ତି । Kanak News

କନକ ବ୍ୟୁରୋ : ସୂର୍ଯ୍ୟୋପରାଗ ପୂର୍ବରୁ ରାତି ସାରା ଖୋଲା ରହିଲା ଶ୍ରୀମନ୍ଦିର । ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଆଜି ସୂର୍ଯ୍ୟୋପରାଗ ଲାଗୁଥିବାରୁ ପ୍ରଶାସନର ନିଷ୍ପତି ଅନୁଯାୟୀ ଗତକାଲି ସାରା ରାତି ଶ୍ରୀମନ୍ଦିର ଖୋଲା ରହିଥିଲା । ଆଉ ସାରା ରାତି ଶ୍ରଦ୍ଧାଳୁମାନେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ନିଶଦ୍ଧ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବାରୁ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ଜାହିର କରିଛନ୍ତି ।

ଅନ୍ୟପଟେ ଆଜି ଯେତେବେଳେ ସୂର୍ଯ୍ୟୋପରାଗ ଲାଗିବ ସେତିକିବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ୍ ରହୁଥିଲେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ନୀତି ହେବାର ବ୍ୟବସ୍ଥା ରହିଛି । ସେଥିପାଇଁ ପରାଗରେ ତିନି ଠାକୁରଙ୍କୁ ଲାଗି ହେବ ଖଇକୋରା ଭୋଗ । ବିଶେଷକରି ବକୁଳ ଅମାବାସ୍ୟାରେ ଗ୍ରହଣ ଲାଗୁଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।



from Kanak News https://ift.tt/2EUWIsE https://ift.tt/2F4YDv7
ସୂର୍ଯ୍ୟୋପରାଗ ପୂର୍ବରୁ ଶ୍ରୀମନ୍ଦିରରେ ପଡିଲାନି ପହୁଡ । ସାରା ରାତି ଖୋଲା ରହିଲା ବଡଦେଉଳ, ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ହେବ ସ୍ୱତନ୍ତ୍ର ନୀତିକାନ୍ତି । Kanak News ସୂର୍ଯ୍ୟୋପରାଗ ପୂର୍ବରୁ ଶ୍ରୀମନ୍ଦିରରେ ପଡିଲାନି ପହୁଡ । ସାରା ରାତି ଖୋଲା ରହିଲା ବଡଦେଉଳ, ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ହେବ ସ୍ୱତନ୍ତ୍ର ନୀତିକାନ୍ତି । Kanak News Reviewed by SUBHENDU BARAL on December 25, 2019 Rating: 5

No comments:

Powered by Blogger.