ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର । ରୋଗୀଙ୍କୁ ଦିଆଗଲା ଏକ୍ସପାଏରୀ ସାଲାଇନ, ମେଡିକାଲ ପରିସରରେ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ Kanak News

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ରୋଗୀଙ୍କୁ ସମୟ ଅବଧି ସରି ଯାଇଥିବା (ଏକ୍ସପାଏରୀ) ସାଲାଇନ୍ ଦେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ବଡ଼ଖଲାଡ଼ି ପଞ୍ଚାୟତ ଦୁଣ୍ତରିଆ ଗ୍ରାମର ନରେନ୍ଦ୍ର ମହାନ୍ତିଙ୍କୁ ଝାଡ଼ା ହେବାରୁ ପରିବାର ଲୋକେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ତୁରନ୍ତ ଏକ ସାଲାଇନ୍ ଦିଆଯାଇଥିଲା। ତେବେ ଦିଆଯାଇଥିବା ସାଲାଇନଟି ୨୦୧୬ ମସିହା ନଭେମ୍ବର ମାସର ବୋଲି ଜଣାପଡ଼ିବା ପରେ ନରେନ୍ଦ୍ରଙ୍କ ପରିବାର ଲୋକ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେବା ସହ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ।
ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଥମେ ଏହାକୁ ଡାକ୍ତର ଅସ୍ୱୀକାର କରିଥିଲେ । ମାତ୍ର ପରେ ଦାୟିତ୍ବରେ ଥିବା ନର୍ସଙ୍କ ଅବହେଳାରୁ ଏମିତି ହୋଇଥିବ ବୋଲି ସଫେଇ ଦେଇଥିଲେ। ଉତ୍ତେଜନା ଖବର ପାଇ କପ୍ତିପଦା ଥାନା ଆଇଆଇସି ରୀନା ବେହେରା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଡାକ୍ତରଖାନାର ଷ୍ଟୋର୍ ଯାଞ୍ଚ ବେଳେ ସେଠାରୁ ଆଉ ୪ଟି ଏକ୍ସପାଏରୀ ସାଲାଇନ୍ ମିଳିଥିଲା। ଏହି ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
from Kanak News https://ift.tt/2YOp3dx https://ift.tt/2PRvhoC
No comments: