ଦେଶଦ୍ରୋହି ମୁସାରଫଙ୍କୁ କଠୋର ରାୟ ଶୁଣାଇଲା ପାକିସ୍ତାନ କୋର୍ଟ : ମୃତ୍ୟୁ ପୂର୍ବରୁ ମୃତ୍ୟୁ ହେଲେ ଘୋଷାଡି ଆଣିବା ସହ ୩ ଦିନ ଝୁଲନ୍ତା ଅବସ୍ଥାରେ ରହିବ ଶବ Kanak News

ଦେଶଦ୍ରୋହ ଅପରାଧରେ ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି। ଯଦି ମୃତ୍ୟୁଦଣ୍ଡ ପୂର୍ବରୁ ମୁସାରଫଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶବକୁ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ଘୋଷାଡି ଆଣି ଇସଲାମାବାଦର ଡି ଚୌକଠାରେ ୩ ଦିନ ପର୍ଯ୍ୟନ୍ତ ଶବକୁ ଝୁଲାଇ ରଖାଯିବ ବୋଲି କୋର୍ଟ ରାୟରେ କୁହାଯାଇଛି। ପାକିସ୍ତାନ କୋର୍ଟର ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କୋର୍ଟଙ୍କ ଏହି ରାୟକୁ ପାକିସ୍ତାନ ସେନା ସମେତ ଦେଶର ସମ୍ବିଧାନ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। କୋର୍ଟଙ୍କ ଏହି ରାୟ ଅସମ୍ବିଧାନିକ ବୋଲି ପାକିସ୍ତାନ ସେନା ନିଜର ଅସନ୍ତୋଷ ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଗତ ୨୦୦୭ ରେ ମୁସାରଫଙ୍କୁ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିବା ପରେ ପାକିସ୍ତାନ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି। ମୁସାରଫ୍ ବର୍ତ୍ତମାନ ଦୁବାଇରେ ଚିକିତ୍ସିତ ହେଉଛନ୍ତି। ପେଶୱାର ହାଇକୋର୍ଟର ବିଚାରପତି ୱାକର ଅହମ୍ମଦ ସେଠ୍, ସିନ୍ଧ୍ ହାଇକୋର୍ଟର ବିଚାରପତି ନାଜର ଆକବର ଏବଂ ଲାହୋର ହାଇକୋର୍ଟର ବିଚାରପତି ସହିଦ କରିମ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁସାରଫଙ୍କୁ ବିରୋଧରେ ଏହି ରାୟ ଶୁଣାଇଛନ୍ତି।
from Kanak News https://ift.tt/2Me01zv https://ift.tt/2MeyQ7r


No comments: