୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ସପ୍ତମ ଟେଲି ପୁରସ୍କାର । ବିଜୟ ମିଶ୍ରଙ୍କୁ ଜୟଦେବ, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ , ମିହିର ଦାସଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର Kanak News

କନକ ବ୍ୟୁରୋ: ୩୦ତମ ରାଜ୍ୟ ଚଳଚିତ୍ର ଓ ସପ୍ତମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ପାଇଛନ୍ତି ବିଜୟ ମିଶ୍ର । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଅକ୍ଷୟ କୁମାର ପରିଜା । ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା, ଚାମ୍ପିଆନ୍ ସିନେମାରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ହାତେଇଛନ୍ତି ଅର୍ଚ୍ଚିତା ।

ଓଡିଆ ସିନେମା ସଙ୍ଗିତର ତାଳେ ତାଳେ ମଂଚ ଉପରେ ନୃତ୍ୟ ପରିବେଷଣ । ଆଉ ସଙ୍ଗିତର ଧୁନରେ ମତୱାଲା ଦର୍ଶକ । ଅବସର ଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବର । ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇବାରେ ବାଜି ମାରିଛି ସିନେମା ଭିଜା ମାଟିର ସ୍ୱର୍ଗ ଏବଂ ଫେରିଆ କମବ୍ୟାକ୍ । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫୋଟଗ୍ରାଫର, ଶ୍ରେ୍ଷ୍ଠ ସ୍କ୍ରିନ୍ ପ୍ଲେ ଏବଂ ଶ୍ରେଷ୍ଠ ଡାଏଲଗ୍ ପୁରସ୍କାର ହାତେଇଛି ଭିଜା ମାଟିର ସ୍ୱର୍ଗ । ଏହି ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ ପାଇଁ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା, ଶ୍ରେ୍ଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଛନ୍ତି ଅକ୍ଷୟ କୁମାର ପରିଜା ।

ସିନେମା ଚାମ୍ପିଆନରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି ଅର୍ଚ୍ଚିତା । ସେହିପରି ‘ଓଲେ ଓଲେ ଦିଲ ବୋଲେ’ ଫିଲ୍ମ ପାଇଁ ଶ୍ରେଷ୍ଠ କାହାଣୀ ପୁରସ୍କାର ପାଇଛନ୍ତି ନିରଂଜନ ରେଡ୍ଡି ।ଚଳଚ୍ଚିତ୍ର ଫେରିଆ କମବ୍ୟାକ୍ରେ ମନଛୁଆଁ ଗୀତ ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଏବଂ କରୁଣା କର ପାଇଛନ୍ତି ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର । ଶ୍ରାବଣ ଅଛି ବରଷା ନାହିଁ ଓ ସାଥୀ ତୁ ଫେରିଆ ପାଇଁ ଅନ୍ତରା ଚକ୍ରବର୍ତୀଙ୍କୁ ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିଛି । ଓଡିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ପାଇଛନ୍ତି ବିଜୟ ମିଶ୍ର ।



from Kanak News https://ift.tt/2twmote https://ift.tt/2LIe6EO
୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ସପ୍ତମ ଟେଲି ପୁରସ୍କାର । ବିଜୟ ମିଶ୍ରଙ୍କୁ ଜୟଦେବ, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ , ମିହିର ଦାସଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର Kanak News ୩୦ତମ ରାଜ୍ୟ ଚଳଚ୍ଚିତ୍ର ଓ ସପ୍ତମ ଟେଲି ପୁରସ୍କାର । ବିଜୟ ମିଶ୍ରଙ୍କୁ ଜୟଦେବ, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ , ମିହିର ଦାସଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର Kanak News Reviewed by SUBHENDU BARAL on December 19, 2019 Rating: 5

No comments:

Powered by Blogger.