ଡେଲାଙ୍ଗରେ ଲଜ୍ଜା ! ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ , ବନ୍ଦ ଘରୁ ୩ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ପୀଡିତା Kanak News

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀ ତାଙ୍କ ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଗ୍ରାମର ଜଣେ ବିବାହିତ ଯୁବକ ତାଙ୍କୁ ଘରକୁ ଡାକି ନେଇ ଜୋର୍ ଜବରଦସ୍ତ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ୩ ଘଣ୍ଟା ପରେ ବନ୍ଦ କୋଠରିରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଗତକାଲି ଦିନ ପ୍ରାୟ ୨ଟା ବେଳେ ତାଙ୍କ ବାପାଙ୍କର ଭତ୍ତା ଟଙ୍କା ଆଣିବାକୁ ଗ୍ରାମ ମୁଣ୍ତ ସ୍କୁଲ୍କୁ ଯାଉଥିଲେ। ଏହି ସମୟରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ ଏଟିଏମ୍ ପାସ୍ୱାର୍ଡ ଏନ୍ଭେଲପ୍ରେ ଅଛି, ମାତ୍ର ସେ ଏହା ଜାଣିପାରୁ ନାହାନ୍ତି କହି ଅତି ଚତୁରତାର ସହ ଯୁବତୀଙ୍କୁ ତାଙ୍କ ଘରକୁ ଡାକିଥିଲେ। ଯୁବତୀ ଜଣଙ୍କ ଘରେ ପଶିବା ମାତ୍ରେ ପୂର୍ଣ୍ଣଚନ୍ଦ୍ର କବାଟ ବନ୍ଦ କରିଦେଇ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ପାଟିରେ ଗାମୁଛା ପୂରାଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା। ସେ ଯୁବତୀଙ୍କୁ ଗୋଟିଏ ଘରେ ପ୍ରାୟ ୩ ଘଣ୍ଟା କାଳ ବନ୍ଦ କରି ରଖିଥିଲା। କୌଣସି କାମ ପାଇଁ ସେ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ପାଟି କରିବାରୁ ଗ୍ରାମର କେତେକ ଯୁବକ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ସତ୍ୟବାଦୀ ଥାନାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ତେବେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଫେରାର ହୋଇଯାଇଥିବା ଜଣାପଡ଼ିଛି।



from Kanak News https://ift.tt/2S08Kce https://ift.tt/2PTQDBU
ଡେଲାଙ୍ଗରେ ଲଜ୍ଜା ! ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ , ବନ୍ଦ ଘରୁ ୩ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ପୀଡିତା Kanak News ଡେଲାଙ୍ଗରେ ଲଜ୍ଜା ! ବାପାଙ୍କ ଭତ୍ତା ଟଙ୍କା ଆଣିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ , ବନ୍ଦ ଘରୁ ୩ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ପୀଡିତା Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.