ଜମ୍ମୁ କାଶ୍ମୀରରେ ୪ ଦିନ ଧରି ଲଗାତାର ବରଫପାତ : ସ୍ଥିତି ଅଣାୟତ୍ତ, ଭୟଙ୍କର ଶୀତ ଲହରୀ ଭିତରେ ସବୁକିଛି ଠପ୍ Kanak News

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ୪ ଦିନ ଧରି ଲଗାତାର ବରଫପାତ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଭୟଙ୍କର ଶୀତ ଲହରୀ ଭିତରେ ସବୁକିଛି ଠପ୍ ହୋଇଯାଇଛି । ପାଇପ୍ ଜଳ ବି ବରଫ ପାଲଟି ଯାଇଛି । ସମଗ୍ର କଶ୍ମୀର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ସମ୍ଭବ ହେଉନାହିଁ । ଦ୍ରାସ୍ରେ ତାପମାତ୍ରା ବିଯୁକ୍ତ ୨୭.୨ ଡିଗ୍ରି ସେଲସିୟସ ଥିବାବେଳେ ଏହା ସବୁଠୁ ଥଣ୍ଡା ସ୍ଥାନ ବିବେଚିତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲେହ ଏବଂ ଲଦାଖରେ ମଧ୍ୟ ତାପମାତ୍ରା ବିଯୁକ୍ତ ୧୬.୭ ଡିଗ୍ରି ସେଲ୍ସିୟସ ରହିଛି ।
ଉତ୍ତର କଶ୍ମୀରର ଗୁଲ୍ମାର୍ଗ ସ୍ଥିତ ପ୍ରସିଦ୍ଧ ସ୍କାଏ ରିସୋର୍ଟ୍କୁ କାଶ୍ମୀରର ସବୁଠାରୁ ଥଣ୍ଡା ସ୍ଥାନ ବିବେଚନା କରାଯାଉଛି । ଏଠାରେ ଆଜି ତାପମାତ୍ରା ବିଯୁକ୍ତ ୧୦.୨ ଡିଗ୍ରି ସେଲ୍ସିୟସ ଥିବାବେଳେ ଦକ୍ଷିଣ କଶ୍ମୀରର ପହଲଗାମ୍ରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲ୍ସିୟସରୁ କମ୍ ରହିଛି। ଜମ୍ମୁରେ ହାରହାରି ତାପମାତ୍ରା ୫.୭ ଡିଗ୍ରି ରହି । ତେବେ ଜମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ବରଫପାତ ଯୋଗୁଁ ଦିଲ୍ଲୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭବ ହେଉଛି। ଗତ ଶନିବାର ଦିଲ୍ଲୀରେ ତାପମାତ୍ରା ୧୯.୨ ଡିଗ୍ରି ସେଲ୍ସିୟସ ଥିଲା। ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୭ ଡିଗ୍ରି କମିଯିବ ବୋଲି କୁହାଯାଉଛି ।
from Kanak News https://ift.tt/34nYvRj https://ift.tt/36MYgSt
No comments: