ଅଧରାତିରେ ଅଫିସରେ ପଶି ପୋଲିସ ପିଟିବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି Kanak News

କନକ ବ୍ୟୁରୋ : ରାତି ଅଧିଆ ଏକ ବେସରକାରୀ ଅଫିସରେ ପଶି ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା କମିସନରେଟ୍ ପୁଲିସର ଅଡ଼ୁଆ ବଢ଼ାଇ ଦେଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିସିପି ଅନୁପ କୁମାର ସାହୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୋନ୍-୩ ଏସିପି ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ମାଡ଼ ମରାଗଲା? ଖଣ୍ଡଗିରି ଥାନା ହାଜତରେ ତାଙ୍କୁ ମାଡ଼ ହୋଇଛି କି ନାହିଁ?; ଏ ସବୁ ଉପରେ ତଦନ୍ତ ଆରମ୍ଭ କରିଛନ୍ତି ଏସିପି। ସେ ଡିସିପିଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ସମ୍ପୃକ୍ତ ଅଧିକାରୀ ବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷେ ପୁଲିସଠାରୁ ମାଡ଼ ଖାଇଥିବା ଅଭିଯୁକ୍ତ ରମେଶ ବାରିକଙ୍କ ନାମରେ ଖଣ୍ଡଗିରି ଓ ଅନୁଗୁଳ ଥାନାରେ ମାମଲା ରହିଛି। ଉଭୟ ମାମଲାରେ ତାଙ୍କ ଭାଇଙ୍କ ନାମ ମଧ୍ୟ ସାମିଲ ଅଛି। ତେବେ ଅଭିଯୁକ୍ତ ରମେଶକୁ ବିଲଡର କୈଳାସ ଚନ୍ଦ୍ର ମୁଦୁଲି ଡ୍ରାଇଭର ଭାବରେ ଚାକିରୀ ଦେଇଥିଲେ। ଏଣୁ ଅଭିଯୁକ୍ତକୁ ଲୁଚାଇ ରଖିବା ଅପରାଧରେ ସମ୍ପୃକ୍ତ ବିଲଡର ତଦନ୍ତ ପରିସରଭୁକ୍ତ ହେବେ କି ନାହିଁ, ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ସୋମବାର ମଧ୍ୟରାତିରେ ସହିଦନଗରସ୍ଥିତ ଏକ ବେସରକାରୀ ସଂସ୍ଥା(ବିଲଡର)ରେ ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରିଥିଲା। ରମେଶ ବାରିକ ନାମକ ଅଭିଯୁକ୍ତ ଉକ୍ତ ଘରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ଦୀର୍ଘ ସମୟ ଧରି ପୁଲିସ କବାଟ ବାଡ଼େଇଥିଲେ ମଧ୍ୟ ରମେଶ ନ ଖୋଲିବାରୁ ଏଥିରେ ରାଗିଯାଇ ଜଣେ ପୁଲିସ କର୍ମଚାରୀ କବାଟ ଭାଙ୍ଗି ରମେଶଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାର ପୂରା ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ କଏଦ୍ ହୋଇଥିଲା।



from Kanak News https://ift.tt/2ExDVUo https://ift.tt/2PCRTdP
ଅଧରାତିରେ ଅଫିସରେ ପଶି ପୋଲିସ ପିଟିବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି Kanak News ଅଧରାତିରେ ଅଫିସରେ ପଶି ପୋଲିସ ପିଟିବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି Kanak News Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.